STORYMIRROR

Binapani Ray

Inspirational

4  

Binapani Ray

Inspirational

ବଳାତ୍କାର

ବଳାତ୍କାର

1 min
437

ଖବରକାଗଜେ ମିଲୁକି ନମିଳୁ

ଦେଶ ଦୁନିଆଁର ଖବର, 

ଆଖି ବୁଲାଇଲେ ଦୁଇରୁ ତିନୋଟି 

ଘଟିଥିବ ନିଶ୍ଚେ ବଳାତ୍କାର  ।।

ମାଆ କୋଳୁ ଶିଶୁ ଘରୁ ଓ ବାହାରୁ 

ସ୍କୁଲ କଲେଜ ଅଫିସରେ, 

କେତେବେଳେ କାହିଁ ଘଟିବ ଘଟଣା 

ପାପି ବୁଲୁଥାଏ ଅଜ୍ଞାତରେ ।।

ବଳିପଡିଯାଏ ନିଷ୍ପାପ ଜୀବନ 

ଝଡଇ କଅଁଳ କଢି, 

ବଞ୍ଚିବା, ମରିବା ସମାନ ସମାଜେ 

ଘୃଣା ଆଖି ଆସେ ମାଡି ।।

ଭାଗ୍ୟ, ଭବିଷ୍ୟତ ଅନ୍ଧାରେ ହଜଇ 

ନିଃସନ୍ତାନ ପିତା ମାତା, 

ଘର ପରିବାର ଉଜୁଡି ଜଳଇ 

ଜୀବନ ସମୁଦ୍ରେ ଚିତା ।।

ଭାବିଦେଲେ ପ୍ରାଣେ ଛନକା ପଶଇ 

କେଉଁଠି ପଡିବ ବଳି, 

ଆଜି ନାହେଲେବି କାଲିକି ଘଟିବ 

ବିଚାରୀ ପାରେନି କଳି ।।

ଅନ୍ଧ ଏ ସମାଜ ଅନ୍ଧ ପ୍ରଶାସନ 

ଅନ୍ଧ ଯେ ଶାସନ ଡୋରୀ, 

ଅନ୍ଧ ରାଇଜରେ ଦର୍ପଣର ମୂଲ୍ୟ 

ରାତାରାତି ଯାଏ ବଢ଼ି ।।

ସ୍ୱାଧୀନ ଦେଶର ସ୍ୱାଧୀନ ମଣିଷ 

ସ୍ୱାଧୀନ ମନ ବିଚାର, 

ପରାଧିନ ଆମେ ଘୃଣ୍ୟ ପ୍ରବୃତିର 

ଦେବତା ଦେହେ ଅସୁର ।।

ନାହିଁ ଭୟ, ନାହିଁ ସମ୍ମାନ ହୃଦୟେ 

ଭକ୍ତି ନାହିଁ ନାରୀ ଜାତି, 

ଲୁଣ୍ଠିତା, ପତିତା, ନିତି ନିର୍ଯ୍ୟାତିତା 

ହାରେ ଆଜି ମାତୃଶକ୍ତି ।।

ନିୟନ୍ତ୍ରଣ ଯଦି ନହେବ ଦେଶରେ 

ଘୃଣ୍ୟ ହୀନ ବଳାତ୍କାର, 

କନ୍ୟା ସଂକଟକୁ ନାରୀ ସଙ୍କଟଟା 

ବଳିଯିବ ସମାଜର ।।

ସମୟକୁ ଦେଖି ସଚେତନ ହୁଅ 

ନହଜି ପାଶ୍ଚାତ୍ୟ ମୋହେ, 

ନିଜର ସୁରକ୍ଷା ସନ୍ତାନର ରକ୍ଷା 

କର ଜାଗ୍ରତ ପ୍ରହରୀ ପ୍ରାୟେ ।।

ତୁହି ପରା ମାଆ କେବେ ସବୁ ଜାୟା 

ଭଗିନୀ ତନୟା ଆଭା, 

ତୁହି ନାରାୟଣୀ ତୁହି କାର୍ତ୍ତାୟନୀ 

ମହିଷା ମର୍ଦ୍ଧିନୀ ଦୁର୍ଗା ।।

ସମାଜେ ଜରୁରୀ ଦେଶକୁ ଜରୁରୀ 

ଆସ୍ଥା ଅସ୍ତିତ୍ୱ ତୋହର, 

ଦେଇ ତୁ ପ୍ରମାଣ ହୁଅ ତୁ ଉତୀର୍ଣ୍ଣ 

ଭାଙ୍ଗି ଦୁଃଶାସନ କର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational