Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Ray

Romance

4.0  

Binapani Ray

Romance

ଋତୁ ତୁମ ପାଇଁ

ଋତୁ ତୁମ ପାଇଁ

1 min
289


ଚାନ୍ଦିନୀ ଝରଣା କୂଳେ 

ଜହ୍ନ ଲୁଚକାଳି ଖେଳେ 

ରୂପେଲି ଚାଦର ନାଇ 

ଡାକେ ଗୀତ ଗାଇ ଗାଇ

ଆ ଆ ଭିଜିବା ନୀଳ ଢେଉ ମେଳେ. 


ମୁଁ ତୋର ଆକାଶ ତୁ ବିଜୁଳି ଗାର 

ତୁ ମୋର ଚକୋର ମୁଁ ବରଷା ଧାର 

କାଶତଣ୍ଡୀ ଡାଳେ ଡାଳେ 

ଭୋଦେଇ କାକର ଝୁଲେ 

ଗଙ୍ଗଶିଉଳିର ସାଜ 

ଅଶିଣ ପାରିଛି ଶେଯ 

ଆ ଆ ହଜିବା ମେଢ଼ ରୋଷଣୀରେ. 


ମୁଁ ତୋ ଭାଗ୍ୟ ମଣୀ ତୁ ମୋର କାଞ୍ଚନ 

ତୁ ଘୁଙ୍ଗୁର ହେଲେ ମୁଁ ବଇଁଶୀ ସ୍ଵନ 

ପାଚିଲା ଧାନର କ୍ଷେତ 

ଶଗଡ଼ିଆ ଭାଇ ଗୀତ 

ବିହଙ୍ଗେ ଚିଲିକା ତୀର 

ସୋରିଷ ଫୁଲର ଘର 

ଆ ଆ ଗପିବା ପ୍ରେମ ଦିବସରେ.


ତୁ ଅଙ୍କାବଙ୍କା ନଈ ମୁଁ ତୋର ସାଗର 

ପ୍ରେମ ମନ୍ଦିରରେ ପୂଜାଫୁଲ ମୋର 

ଆମ୍ବ ବଉଳର ଧାରେ 

କୁହୁ କୁହୁ ସାତ ସୁରେ 

କୃଷ୍ଣଚୂଡ଼ା କୋଳେ ଶୋଇ 

ଚଇତାଳି ଯାଏ ଛୁଇଁ 

ଆ ଆ ନାଚିବା ରଙ୍ଗ ଅବିରରେ. 



Rate this content
Log in

Similar oriya poem from Romance