Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binapani Ray

Abstract Inspirational

4.0  

Binapani Ray

Abstract Inspirational

ମା

ମା

1 min
239


କାନ୍ଦନା ମୋ ସୁନା ଝିଅ ମୋର କାନ୍ଦନା

ମୋ କଣ୍ଢେଇ ରାଣୀ ମନକଥା ଜାଣି

ହେବି ମୁଁ ତୋ ପାଇଁ ଖେଳନା ।


ସୁନ୍ଦର ସଂସାର ଆଶା ସମୁଦ୍ରର 

ପାଇବାକୁ ବିନ୍ଦୁ ଥିଲା ସ୍ବପ୍ନ ମୋର

ସୁଗନ୍ଧ ତୋଳିଲି ବଣମଲ୍ଲୀ ହେଲି 

ଛାଡିଦେଲା ଜଡ ଭାଙ୍ଗିଗଲା ନୀଡ 

ମୋ ସାଥି ହେଲା ମୃଗତୃଷ୍ଣା ।


ଜୀବନ ଯୁଦ୍ଧରେ ମହାରଥୀ ମେଳେ 

ଜିତୁ ଜିତୁ ହାରେ ଯେତେ ଚେଷ୍ଟା କଲେ 

ବଞ୍ଚିବାର ଗତି ମାରେ ନିତି ନିତି 

ମନ ଚାହେଁ ସଦା ପାଇବାକୁ ମୁକ୍ତି 

ଆଜି ଭାଗ୍ୟ ହାତେ ଛାଡିବିନି ତତେ

ଭୋଗେ ଯେତେ ନର୍କ ଯନ୍ତ୍ରଣା ।


ଆକାଶକୁ ଉଡି ଡେଣା ଝାଡ଼ି ଝାଡ଼ି 

ଚିରିଦେଇ ଯିବୁ ଅଜ୍ଞାନ କୁହୁଡି 

ତୋ ଆଖି ସପନ କରିବୁ ସାଧନ 

ସତ୍ୟ ପଥେ ଥିବୁ ଦେଇ ମନ ପ୍ରାଣ

ମୋ ରାଜକୁମାରୀ ଯିବୁନୁ ତୁ ଡରି 

ଆସୁ ଝଡ ଦୁଃଖ ଯାତନା ।



Rate this content
Log in