STORYMIRROR

Binapani Ray

Tragedy

5.0  

Binapani Ray

Tragedy

ସଚେତନତା

ସଚେତନତା

1 min
486


ବହୁ ପ୍ରତିକ୍ଷିତ ପିପିଲି ପୀଡିତା

ରାୟ ବିଚାର କୁ ପଢି,

ଦୂରଦର୍ଶନକୁ ଚାହିଁ ଥିଲା ବୋଉ

ଲୁହ ପଡୁଥିଲା ଝରି.

ଦୁନିଆଁରୁ ନ୍ୟାୟ ଧର୍ମ ଉଠିଗଲା

ଏ କିପ୍ରକାରର ରାୟ,

ଅକାରଣ ହେଲା ଅକାଳରେ ଗଲା

କେତେ ଦୁଃଖିନୀ ସେ ଝିଅ.

ଶାସକ ପୁଲିସ ପକେଟରେ ରଖି

କଚେରୀ, ଓକିଲ ଅନ୍ଧ,

ଛାତିକୁ ଚଉଡା କରି ଚାଲେ ଦୋଷୀ

ନିର୍ଦୋଷେ ଶୁଙ୍ଘାଇ ଗଦ.

ଛାରିଆଡେ ଚୋରୀ ଗୁଣ୍ଡା ମାରାମାରି

ଛିନତାଇ ରାହାଜାନୀ,

ଗାଁ ଠୁ ସହର ଟଙ୍କା ସୁନା ଲୁଟି

ଦୁଷ୍କର୍ମର ମଞ୍ଜି ବୁଣି.

କାହାକୁ ବନ୍ଧୁକେ କାହାକୁ ଫାର୍ସାରେ

ଚାକୁ ଛୁରୀରେ ବୋମାରେ,

ଘରକୁ ଭଡା ରହି ଘର ମାଲିକକୁ

ମାରି ଛାଡ଼ନ୍ତି କୋମାରେ.

ଦାମୀ ପୋଷାକ କୁ ନାମୀ ମୋବାଇଲ

ବ୍ରାଣ୍ଡେଡ ମୋଟର ଗାଡି,

ମିଠା ମିଠା କହି ପ୍ରେମ ଜାଲେ ଛନ୍ଦି

ନଗ୍ନ ଫୋଟୋଚିତ୍ର କାଢି.

ଖୋଜୁଛି ପୋଲିସ ମାଷ୍ଟର ମାଇଣ୍ଡ

ଇଞ୍ଜିନିୟରିଙ୍ଗ ପିଲା,

ଏ କାଳେ ଦେଶର ଭବିଷ୍ୟତ ନିଧି?

ରାଷ୍ଟ୍ରର କିହେବ ଭଲା.

କେତେ ମୂର୍ଖ ବୋକୀ ଏ ଝିଅ ଗୁଡାକ

ବଡ଼ଲୋକୀ ଜୁଆ ପଣେ,

ପାଠ, ଶାଠ, ବୁଦ୍ଧି ଚୁଲିରେ ଜଳେଇ

ହାରି ଯାଆନ୍ତି ଜୀବନେ.

ସୁଉଁ ସୁଉଁ କାନ୍ଦି ପୋଛୁଥିଲା ବୋଉ

ପଣତ କାନିରେ ଲୁହ,

କୋଉ ବାବା ମା ନିଦରେ ଶୋଇବେ

ଯାହାର ଥିବଟି ଝିଅ .

ଶିରୋନାମା ସାଜି ଟିଭି ମିଡ଼ିଆରେ

ରାଜନୀତି ନେତା ମାନେ,

ସରଗରମରେ ଚହଳ ଚଞ୍ଚଳ

ଟଣା ଟଣି ଅନଶନେ.

ବୋଉ କଥା ଶୁଣି ଭାବୁଥିଲି ବସି

ମୋ ପ୍ରେମ ନକଲି ନୁହେଁ,

ମଣିଷ ଭିତରେ ଦେବତାଟିଏ ସେ

ପୂଜିବି ମରିବା ଯାଏଁ.

ସକାଳ ସୁରୁଯେ ଖବର କାଗଜେ

ଅପରାଧି ତାଳମେଳ,

ପୁଲିସ ଧରିଛି ମାଷ୍ଟର ମାଇଣ୍ଡ

ଲୁଚି କରୁଥିଲା ଖେଳ.

ବଞ୍ଚିଗଲି ପ୍ରଭୁ ଖବରକୁ ପଢି

ଆତ୍ମା ଓ ମନରେ ଭୟ,

ପିପିଲି କୁନ୍ଦୁଲି ମାଧବୀ ଲତାଠୁ

ମୋ କାହାଣୀ କମ ନୁଁହ.


ବୀଣାପାଣି ରାୟ

ନିମାପଡା, ପୁରୀ.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy