STORYMIRROR

Binapani Ray

Others

3  

Binapani Ray

Others

ହେ ମୋର ପୁରୁଷ ବନ୍ଧୁ !!

ହେ ମୋର ପୁରୁଷ ବନ୍ଧୁ !!

2 mins
384

ସକାଳ ସୂର୍ଯ୍ୟର କଅଁଳ କିରଣ

ଛୁଇଁ ଯାଉଥିଲା ତନୁ, ମନ, ପ୍ରାଣ

ଶୀତଳ, ଶୀତଳ ସୁଲୁ ସୁଲୁ ବାଆ

ପରଶେ ପରଶେ କହୁଥିଲା ଯାହା

ଧେତ ଗଲାଣି ସେଦିନ.

ଏଇ ମୋର କର୍ମଭୂମି ରୋଷଘର

ଦେଇଛି ପରିଚୟ ମୋତେ ଗୃହୀଣୀର ||

କାମଵାଲୀ ମୁଣ୍ଡେ ପଡିଲା ନଜର

ଖୋସିଥିଲା ଫୁଲ ସୁଗନ୍ଧରାଜର,

ଧଳାଫୁଲ ଖୋସିଲେ ପ୍ରଭୁ ମହାଦେବ

ଦେବେ ଆଶୀର୍ବାଦ ସ୍ୱାମୀ ଭଲପାଇବ.

କେତେ ପବିତ୍ର ତା ଭାବନା

ସଂସାର ଦରିଆ ଯେତେ କଷ୍ଟ ପଡୁ

ପାରିହେବା ପାଇଁ ନାହିଁ ଶୋଚନା ||

ମଦୁଆ, କୋଡ଼ିଆ ସ୍ୱାମୀ ମାଡ ଗାଳି

ଚାରିଛୁଆ ପେଟ ଭବିଷ୍ୟ ସମ୍ଭାଳି

ବୟସ ଆଗରୁ ହେଲାଣି ସେ ବୁଢ଼ୀ

ବଞ୍ଚିଛି କେବଳ ନାହିଁ ଧାଡି ନାଡି,

ମନରେ ସଂସାର ମୋହ,

ସଚୋଟ ପଣରେ ସମ୍ଭାଳେ ସଭିଙ୍କୁ

ତା ଛାତିରେ ଛାତିଏ କୋହ ||

ଯୁଗ ବଦଳିଛି ନୀତି ବଦଳିଛି

ସମୟ ତାଳରେ ନାରୀ ବଦଳିଛି

ରାଷ୍ଟ୍ର ମୁଖ୍ୟା ପୁଣି ଶାସକର ମୁଖ୍ୟା

ଅର୍ଥନୀତି, ବୈଦେଶିକ, ପ୍ରତିରକ୍ଷା

କଳା ସାହିତ୍ୟ ଆଇନରେ

ଚନ୍ଦ୍ର ପୃଷ୍ଠେ ଯାଇ କରିବ ସେ ଘର

ମଞ୍ଚାସିନ ବିଜ୍ଞାନରେ ||

ଘରୋଇ ସରକାରୀ ପଦ ପଦବୀ

ଦିଶେ ସବୁଠାରେ ବିଜୟ ଛବି

ସ୍ନେହ, ପ୍ରେମ, ନିଷ୍ଠା ଯୋଗ୍ୟତା ବଳେ

ପ୍ରିୟ ପାତ୍ରୀ ସାଜି ଭବିଷ୍ୟ ଗଢେ.

ଦେଖ ଏ ତ ଆଜିର ନାରୀ

ନଖ ଦର୍ପଣରେ ଦୁନିଆଁ ରଖିଛି

ବିଶ୍ୱ ଦରବାରେ ଭାରି ||

ଦୁନିଆଁ ବୁଝୁଚି, ବୁଝୁନି ପୁରୁଷ

ବାହୁବଳ, ଦମ୍ଭ, ଗର୍ବ ଅବଶୋଷ

ସାତ କି ସତୁରୀ ଵୃଦ୍ଧାରୁ କିଶୋରୀ

ଦାଦାଗିରି କରେ ପଶୁତ୍ବ ଆଚରୀ

କାହିଁ ଦେଖିଲେ କାମିନୀ

ନିର୍ଲଜ କାମାନ୍ଧ ପୌରୁଷରେ ଅନ୍ଧ

ଢାଳେ କୁଢ଼ କୁଢ଼ ବହ୍ନି ||

ପାଇଯାଏ ସବୁ ହାତ ପାହାନ୍ତାରେ

ଜନ୍ମରୁ ସମାଜ, ପିତାମାତା ଠାରେ

ବଳଶାଳୀ ଦେହ ଦୁର୍ବଳ ବିଚାର

କ୍ଷୁଦ୍ର ନୀଚମନା, ଘୃଣ୍ୟ ପ୍ରବୃତ୍ତିର

ଲକ୍ଷ୍ୟ ଏକା ସମୟରେ

କାମିନୀ, କାଞ୍ଚନ, କଂଟ୍ରାକ୍ଟ ଓ କ୍ୟାଶ

ଜୀବନ କାଟିବ ଅୟସରେ ||

ନାରୀ ହତାଦରେ ହତାଦର ଲକ୍ଷ୍ମୀ

ପଛେଇବ ଦେଶ ସଂସ୍କାର ସମୃଦ୍ଧି

ଖାଲି ଦେହ ବଡ ନୁହେଁ ବିଡ ତ ବିଚାର

ସ୍ଥିତିଟା ସମାନ ମାନମର୍ଯ୍ୟାଦାର

ଦେଇ ହିମ୍ମତ ଓ ସାହସ

ଏକରେ ଏଗାର ଯୋଡି ପ୍ରଗତିର

ରୁହ ନାରୀରତ୍ନ ପାଶ ||

ଦୁଇ ନୁହଁ ଏକ ଲକ୍ଷ୍ୟ ତୁମ ଏକ

ସୁନ୍ଦର ସଂସାର ପରିବେଶ ସ୍ୱଚ୍ଛ

ଧ୍ବଂସ ମୁହଁ ଏବେ ଆମରି ପୃଥିବୀ

ବିଷ ବଳୟରେ ହେଉଅଛି ରୁନ୍ଧି

ତୁମ ଆଗାମୀ ପିଢ଼ିକୁ

ପରିବେଶ ସ୍ୱଚ୍ଛ ଜଳବାୟୁ ମୁକ୍ତ

ଦେଇ -ଧନ୍ୟକର ଜୀବନକୁ ||

ସାରା ବିଶ୍ୱନେତା ଭୟେ ଆତଙ୍କିତ

ସୁନ୍ଦର ସୃଷ୍ଟିଟା ହେବ କାଳେ ଅନ୍ତ

ସ୍ତର କମିଲାଣି ଓଜୋନ ଗ୍ୟାସର ||

ରୋଗେ ବିକଳାଙ୍ଗ ଆମ ବଂଶଧର

ହେ ମୋର ପୁରୁଷ ବନ୍ଧୁ

ନିରୋଗ ଜୀବନ, ପାଣି ଓ ପବନ

ଉପହାର ଦିଅ ଆଗ ପିଢ଼ିକୁ ||


ବାର୍ତ୍ତା : ସ୍ୱଚ୍ଛ ମନ, ସ୍ୱଚ୍ଛ ଜୀବନ, ସ୍ୱଚ୍ଛ ବାତାବରଣ

ଦୃଢ ସଂକଳ୍ପ ଦେଇ ହୁଅ ସମ୍ମୁଖୀନ.

ସ୍ୱଚ୍ଛମନ -ସ୍ୱଚ୍ଛ ଅନୁଶାସନ, ସୁନ୍ଦର ଭବିଷ୍ୟତ ସଚୋଟ ଜୀବନ

ସ୍ୱଚ୍ଛ ଜୀବନ ନିରାପଦ ଜୀବନ, ସଂଗଠିତ ଜୀବନ

ସ୍ୱଚ୍ଛ ବାତାବରଣ ସ୍ୱଚ୍ଛ ପୃଥିବୀ ସ୍ୱଚ୍ଛ ସମାଜ

ଦୀର୍ଘସ୍ଥାୟୀ ଜୀବନ.





विषय का मूल्यांकन करें
लॉग इन