STORYMIRROR

Manaswini Dash

Inspirational

3  

Manaswini Dash

Inspirational

ନୂଆବର୍ଷର ଅନୁଭୂତି

ନୂଆବର୍ଷର ଅନୁଭୂତି

1 min
183

ସବୁ ବର୍ଷ ଆସେ ଆଉ ସବୁ ବର୍ଷ ଚାଲିଯାଏ ତାର ବାଂଛିତ ବାଟରେ କେବେ ଅତୀତକୁ ବିରହରେ ଖୋଜେ ତ ବର୍ତ୍ତମାନକୁ ନେଇ ଲୋତକ ଢାଳେ ଆଉ ଡାଏରୀରେ ସଜା ଅତୀତ ପୃଷ୍ଠାକୁ ଆଗ୍ରହରେ ଖୋଜେ କାଳେ ସାଇତା ପୃଷ୍ଠାରୁ ସାଉଁଟି ନେବି ବଞ୍ଚିବାର ରାହା ଆଉ ବର୍ତ୍ତମାନକୁ ଭେଟିବାକୁ ସଂଚିଦେବି ସାହସ କିଛି ଏମିତି ହିଁ କାଟେ ପ୍ରତେକ ନୂତନ ବର୍ଷ 

ହେଲେ ଏଥର ନୂତନ ବର୍ଷ ଥିଲା ସବୁଠୁ ସ୍ୱତନ୍ତ୍ର 

ନବୋଦିତ ଭାସ୍କରର ପ୍ରଥମ କିରଣକୁ ଦେହରେ ଲେସି ହୋଇ ସମ୍ପୂର୍ଣ୍ଣ ବର୍ଷକୁ ଅନୁଭବ କରିଥିଲି 

ଉଷୁମ ଖରାକୁ ଅନୁଭବ କରି ଆକାଶକୁ ଚାହିଁ ଛାଡିଥିଲି ଦୀର୍ଘ ନିଶ୍ୱାସଟିଏ କ୍ଷଣକ ସମୟ ପାଇଁ ଅନୁଭବ କରିଥିଲି ମୁଁ ଜଣେ ସ୍ୱାଧୀନ ମଣିଷ ତାପରେ ଈଶ୍ୱରଙ୍କ ଚରଣ ତଳେ ନିଜକୁ ସମର୍ପି ନେଇ ହୃଦୟରେ ସଂଚିତ କରିଥିଲି ସମସ୍ତ ବିଶ୍ୱାସ 

ତାଙ୍କୁ ଅନୁରୋଧ କରିଥିଲି ସମସ୍ତ କୃପାକୁ ମୋ ଉପରେ ଅଜାଡି ଦେବାକୁ ଅଜାଣତରେ ଆଖିରୁ ବୁହାଇ ଦେଇଥିଲି ଅକପଟ ଲୁହ ବୁନ୍ଦା ସବୁ ସାରା ଦିନଟିକୁ ବିତାଇଥିଲି ଅତୀତର କର୍କଶ ଅତ୍ୟାଚାରକୁ ମନେ ପକାଇ ପକାଇ 

ସଂଧ୍ୟାର ନିରବୀ ଯାଇଥିବା ରକ୍ତିମ ଆକାଶ ଯେମିତି 

ମୋ ଭିତରେ ଭରିଦେଇଥିଲା ସମସ୍ତ ନିରବତା 

ଶୀତଳ ପବନ ମେଞ୍ଚାଏ ଦେହ ସାରା ବୋଳି ହେଇ ସମସ୍ତ ତିକ୍ତତାକୁ ପୂର୍ଣ୍ଣଛେଦ ପକାଇଥିଲି ରାତ୍ରିର ଅନ୍ଧକାର ଭିତରେ ନିଜକୁ ଦୃଢ କରି ସମସ୍ତ ଭାବନାକୁ ଭୁଲିଥିଲି 

ଆଉ ଆଗାମୀ ସମୟକୁ ଭେଟିବାକୁ ନେଇଥିଲି ଦୃଢ଼ ନିଷ୍ପତ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational