STORYMIRROR

Manaswini Dash

Inspirational

4  

Manaswini Dash

Inspirational

ସାନ୍ତ୍ୱନାର ନିରବ ଶବ୍ଦ

ସାନ୍ତ୍ୱନାର ନିରବ ଶବ୍ଦ

1 min
18

ସଂସାରର ଆୟାମରମ୍ଭ ଏନ୍ତୁଡ଼ି ଶାଳରୁ 

ସେଇ ଅନ୍ଧାକାର, ଉଷ୍ମତା ଭିତରେ ଚିତ୍କାର କରି 

ସବୁଜିମା ପୃଥିବୀର ଅରୁଣର ସୁବର୍ଣ୍ଣ କିରଣ ଭରା ଧରାଭୂଇଁ କୁ 

ସ୍ପର୍ଶ କରିବାର ସଂଘର୍ଷ ଭିତରେ ଏକ ଅଭୟ ହାତ ଜାବୁଡି ଧରିଥିଲା ମତେ 

ସେଇ ଓଠର ଚୁମ୍ବନ ଆଉ କୋଳର କୋମଳତା ଭିତରେ 

ଆରମ୍ଭ କରିଥିଲି ବଞ୍ଚିବାର ଯାତ୍ରା।।

ସର୍ବତ୍ର ଥିଲା ମତେ ଅଭିଶାପ ଦବାର ଅଭିଯାନ 

କାରଣ ଦୋଷ ଥିଲା ମୁଁ ଗୋଟେ ଝିଅ 

ଯିଏକି ଆଗକୁ ନାରୀର ପରିଚୟ ପ୍ରାପ୍ତ ହେବ 

ମୋ ମାଆର ଚିରା ପଣତ ଭିତରେ ଦେଖିଚି ଜହ୍ନ ମାମୁକୁ 

ଆଉ ଅନୁଭବ କରିଛି ତାର ତତଲା ଲୁହକୁ 

ତାଠୁ ଶିଖିଚି ହାରିବା ଭିତରେ ଜିତିବାର ଅନୁଭୂତିକୁ ଅନୁଭବ କରିବାର ଶକ୍ତିକୁ।।

ଆଜି ମୁଁ ଖୋଲା ଆକାଶ ତଳେ ନିଶ୍ୱାସ ନେଉଥିବା ଏକ ନାରୀ 

ଯାହା ପଛରେ ଛିଡା ହୋଇଛି ତାକୁ ପରିଚୟ ଦେଇଥିବା ଧାତ୍ରୀ 

ଯିଏ ମୋ ପାଇଁ ଶକ୍ତି, ମୁକ୍ତି, ସ୍ୱାଭିମାନ ଆଉ ସ୍ୱାଧୀନତା 

ବିଷାଦ ଭିତରେ ଅସୀମିତ ସମବେଦନାର ନିରବ ଶବ୍ଦ 

ଆଉ ଆଗକୁ ବଢ଼ିବାର ଏକ ଅନ୍ତହୀନ ପ୍ରେରଣା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational