STORYMIRROR

Manaswini Dash

Tragedy

3  

Manaswini Dash

Tragedy

ଯଦି ଜାଣିଥାନ୍ତି

ଯଦି ଜାଣିଥାନ୍ତି

1 min
391

ଯଦି ଜାଣିଥାନ୍ତି ସ୍ୱପ୍ନ ତୋଳି ଦେବା ଯନ୍ତ୍ରଣାର ନୀଡ 

 ହୁଏତ କୋଳେଇ ନଥାନ୍ତି ସ୍ୱପ୍ନକୁ 

ଯଦି ଜାଣିଥାନ୍ତି ଭଲପାଇବା ତୋଳିଦେବ ତପସ୍ୟାର ସାଧନା 

ହୁଏତ ଜାବୁଡି ଧରିନଥାନ୍ତି ଭଲ ପାଇବାର ରୋମ।ଞ୍ଚକୁ 

ଯଦି ଜାଣିଥାନ୍ତି ବିଶ୍ୱାସ ଦେଇଦେବ ବିଶ୍ୱାସଘାତକତାର ଉପହାର 

ସମର୍ପି ଦେଇନଥାନ୍ତି ମୋର ନିରୀହ, ସରଳ ବିଶ୍ୱାସ ପୁଞ୍ଜକୁ 

ଯଦି ଜାଣିଥାନ୍ତି ସଫଳତା ପାଲଟିଯିବ ପଳାତକ 

ଗୋଡେଇ ନଥାନ୍ତି କସ୍ତୁରୀ ମୃଗ ପରି 

ସବୁ ଅଜଣା ଭୁଲ ତୋଳି ଦେଇଛି ଜୀବନରେ ଅସହ୍ୟ ବେଦନାର ତିମିରିତ କୋଟିର 

ନା ଅଛି ଆଲୋକର ପ୍ରତ୍ୟାଶା 

ନା ଅଛି ଆଲୋକକକୁ ଖୋଜି ପାଇବାର ବ୍ୟାକୁଳତା |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy