STORYMIRROR

PUSPALATA SAHOO

Inspirational

4  

PUSPALATA SAHOO

Inspirational

କୃଷକ

କୃଷକ

1 min
399

କୃଷକ ଭାଇରେ କୃଷକଭାଇ

ଖରା ବରଷାକୁ ଖାତିର ନାହିଁ।।

ନିଦରୁ ଉଠି ତୁ ନିତି ସକାଳୁ

ଦେଶବାସୀକଥା ମନରେ ଭାଳୁ।।

ପଖାଳ ମୁଠାଏ ତୁଣ୍ଡରେ ଦେଇ

ଦିନ ସାରା ଖଟୁ ସଵୁରି ପାଇଁ।।

ଲହୁ ଲୁହ ଯେତେ ନିଗାଡି ଦେଇ

କ୍ଷେତରେ ଫଳାଉ ଫସଲ ତୁହି।।

ଧାନ, ମୁଗ, ବିରି ଯେତେ ଦରବ

ସବୁଥିରେ ଦେଉ ସମାନ ଭାବ।।

କ୍ଷେତରେ ଫସଲ ଭରଇ ଯେବେ

ମନ ତୋ ଆନନ୍ଦ ହୁଅଇ ତେବେ।।

ସଭିଙ୍କ ମୁଖରେ ଦାନା ତୁ ଦେଉ

ନିଜ ସୁଖ କଥା ପାସୋରି ଯାଉ।।

ଧନ୍ୟ ତୋର ଦାନ ଅଟୁ ମହତ

ତୋ ପାଶେ ଋଣୀ ଏ ସାରା ଜଗତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational