STORYMIRROR

SARATA KUMAR DAS

Inspirational

4  

SARATA KUMAR DAS

Inspirational

ସଭିଏଁ ଆମେରେ ଭଉଣୀ ଭାଇ

ସଭିଏଁ ଆମେରେ ଭଉଣୀ ଭାଇ

1 min
381


ଶୁଣ କୁନି କୁନା ଶୁଣ ମୁନି ମୁନା

     ସଭିଏଁ ଆମେରେ ଭଉଣୀ ଭାଇ

ହସି ହସାଇବା ଏ ସାରା ମୂଲକ

     ହସିବ ଏ ଦେଶ ଏ ପୁଣ୍ୟଭୂଇଁ ।।


ସ୍ବାଧୀନ ଦେଶର ସନ୍ତାନ ଆମେରେ

      ଏକଇ ତ୍ରିରଙ୍ଗା ଉଡଇ ଦେଶେ

ସତ୍ୟ ଶାନ୍ତି ମନ୍ତ୍ର ଝରେ ଝର ଝର

     ବେଦର ଝଂକାର ଆକାଶେ ମିଶେ ।।


ଜୟଜୟକାର ଉଛୁଳି ପଡୁଛି 

    ହିମାଳୟ ଠାରୁ କନ୍ୟାକୁମାରୀ 

ନଦ,ନଦୀ,ବଣ,ପାହାଡ, ପର୍ବତ 

     ଗାଉଛି ସଗର୍ବେ ଗୀତ ସବୁରି  ।।


ଫିରିଙ୍ଗୀ ହାତରୁ ଶାସନ ଆଣିଲୁ

      ଆମେ ଚଳାଉଛୁ ଦେଶ ଆମରି

କେତେ ଯଶବାନା ଉଡେ ଫର ଫର

      ଆମରି ନାଆରେ ଆମେ ନାଉରି  ।।


ରଖିବା ଆମେରେ ତା' ମାନ ମହତ

       ଦେବାନି ମନେ ତା' ଟିକିଏ ଦୁଃଖ 

ତା' ପାଦରେ ପାଦ ମିଶାଇ ଦେବାରେ

      ତା' ସୁଖରେ ଆମେ ଲଭିବା ସୁଖ ।।


ହିନ୍ଦୁ, ମୁସଲମାନ,ବୌଦ୍ଧ,ଖ୍ରୀଷ୍ଟିଆନ 

        ସଭିଏଁ ଆମର ଜାତିର ଟେକ

ରକତ ନିଗାଡି ଶତୃ ହଟାଇବା

      ଶୁଣିବା ଆମେରେ ବିବେକ ଡାକ ।।


ଶୁଣ କୁନି କୁନା ଶୁଣ ମୁନି ମୁନା

      ସଭିଏଁ ଶୁଣ ହେ ମୋ ଦେଶବାସୀ

ମାଟି ମାଆ ପାଇଁ ଜୀବନ ଦେବାରେ

     ନ୍ୟାୟ ସଂଗ୍ରାମରେ ହେବା ସାହାସୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational