STORYMIRROR

Alaka Nanda

Inspirational

4  

Alaka Nanda

Inspirational

ହିରୋ

ହିରୋ

1 min
226

ଢେଙ୍କାନାଳର ଭୂବନ ଗାଁ ରେ, ଜନ୍ମିଲା ବୀର ସୁତ,

ବାଳୁତ ହିରୋ ସେ ଓଡିଆ ଜାତିର ,ନାମ ତା ବାଜୀରାଉତ।


ସନ ଊଣେଇଶଶହ ଅଠତିରିଶ,ଜୁନ ଏଗାର ଦିନ,

ଭୁବନ ଗାଁ ର ସାହସୀ ବୀର ସେ ରଖିଲା ଓଡିଆ ମାନ।


ଅଂରେଜ ପୋଲିସି ବାହିନୀ ଭାବିଲେ,ନୀଳକଣ୍ଠ ପୁର ଘାଟେ,

ବନ୍ଦୀ ପ୍ରଜାଙ୍କୁ ନେଇ ଯାଇଥାନ୍ତେ ଢେଙ୍କାନାଳ ଗଡ ପଟେ।


ପ୍ରଜା ମଣ୍ଡଳ ପଣ କରିଥିଲେ ବନ୍ଦୀଙ୍କୁ ଛାଡିବେ ନାହିଁ,

ରାତିରେ ଜଗିବେ ପାଳି କରିକରି ପ୍ରଜା ଙ୍କ ର ହିତ ପାଇଁ।


ସୁରୁଯ ଉଇଁଲା ଫିରଂଗୀ କହିଲା"ବନ୍ଦୀ ନବୁ ବାଟ ଛାଡ,

ପ୍ରଜା ମଣ୍ଡଳଙ୍କ ଡଙ୍ଗାରେ ଥିଲା ଆମର ବାଳୁତ ବୀର,।


କହିଲା ପ୍ରଜାମଣ୍ଡଳଙ୍କ ବିନା ଆଦେଶରେ ଛାଡ଼ିବିନି ମୁଁ ଘାଟ

ଫିରଂଗୀ କହିଲେ"ଡଂଗା ନ ଛାଡ଼ିଲେ ଖାଇବୁ ଗୁଳିର ଚୋଟ।


କହିଲା ବାଳୁତ "ଡରିନି ଗୁଳିକୁ ଯାଉ ପଛେ ମୋର ପ୍ରାଣ,

ପ୍ରଜାମଣ୍ଡଳଙ୍କ ଆଦେଶ ମାନିବି,ରଖିବି ବନ୍ଦୀ ଙ୍କ ଜୀବନ।


ଚାହୁଁଚାହୁଁ ଗୁଳି ବର୍ଷିଲା ସେଠି ପାଞ୍ଚ ଗୋଟି ପ୍ରାଣ ଗଲା,

ଚାରିଜଣ ପ୍ରଜା ହେଲେ ଯେ ଶହୀଦ ,ଆଉ ଏ ବାଳୁତ ପିଲା।


ମର୍ମାହତ ହେଲେପ୍ରଜା ମଣ୍ଡଳୀଏ ଶହୀଦଙ୍କ କଥା ଶୁଣି,

ଶବ ସତ୍କାର କଲେ ଖାନନଗର ର ଶ୍ମଶାନ ଘାଟେ ଆଣି।


କାନ୍ଦିଲା ଓଡିଶା ଜନ ସାଧାରଣ ଆଉ କାଠଯୋଡ଼ି କୂଳ, 

ଶହୀଦ ବାଳୁତ ବାଜିରାଉତ ର ବଳିଦାନ ହେଲା ସଫଳ।


ଫିରିଙ୍ଗି ଶାସନର ଅନ୍ତ ହେଲା,ଭାରତ ସ୍ଵାଧୀନ ହେଲା,

କେତେ କେତେ ବୀରପୁତ ଙ୍କର,ଦେଶ ପାଇଁ ପ୍ରାଣ ଗଲା।


ତ୍ଯାଗ,ବଳିଦାନ, ନୀତି ଆଦର୍ଶ କୁ ଅମର କରିଲା ବୀର,

ବୟସ ଅଳପ ତଥାପି ବାଳୁତ ହେଲା ଓଡିଶାର ହିରୋ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational