STORYMIRROR

Sandhya Lenka

Inspirational

3  

Sandhya Lenka

Inspirational

ସୈନିକ

ସୈନିକ

1 min
247

ଯେଉ କ୍ଷିତ୍ ଅପ୍ ତେଜ ରେ 

ଏ ଶରୀର ଗଢା ହେଇଛି

ତା ପାଇଁ କିଛି କରିବାକୁ

ଆତ୍ମା ମନ ପ୍ରାଣ ଚାହେଁ

ହେଲେ କାଈ ସେ ସୌଭାଗ୍ୟ

ସେ ସୈନିକ ର କି ଭାଗ୍ୟ

କେତେ ତପସ୍ୟା ସେ କରିଛନ୍ତି

ଦେଶ ପାଈ ଆଜି ଲଢ଼ୁ ଛନ୍ତି।

  ସେମାନଙ୍କର ଜୀବନ କୁ ନା ଡର ଅଛି

 ଘର ଲୋଭ ମୋହ ନା ବାନ୍ଧି ରଖିଛି,

  ଦେଶ ପ୍ରେମ ତାଙ୍କ ହୁର୍ଦୟେ ଅଛି,

ଏମିତି ଭାଗ୍ୟ କାହାକୁ ମିଳି ପାରିଛି।

  ଧନ୍ୟ ସେ ଘରଣୀ ଧନ୍ୟ ପିତା ମାତା

କର୍ତ୍ତବ୍ୟ ପଥରେ କରନ୍ତି ସୁଦିଚ୍ଛା।

 ଦେଶ ପାଈ ତାଙ୍କ କେତେ ବଳିଦାନ,

 କାହା ପାଖେ ଅଛି ଆଉ ସେହି ଭାଗ୍ୟ।

ତିରଙ୍ଗା ତଳେ ଖାଲି ଶପଥ ନେଇଛୁ

ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଏଠି

ରଖିବୁ ତାର ମାନ ମହତ୍ ।

ସୈନିକ ତ ତାହା କାର୍ଯ୍ୟ ରେ କରେ

ନିଜ ଜୀବନକୁ ତିଳ ତିଳ କରି ଜାଳି

ତଥାପି ସେ ଆନନ୍ଦିତ ହୁଏ ଅନ୍ୟ ପାଈ

କେବେ ମିଳିବ କି ମୋର ସେହି ଭାଗ୍ୟ

ବୋର୍ଡ଼ରେ ରେ ଜଗୁଥିବ ସୈନିକଙ୍କ ଦେଖା।

ଭଉଣୀ ର ରାକ୍ଷୀ , ବାବା ମାଆ ଙ୍କ ସ୍ନେହ ଛାଡ଼ି

କେମିତି ରହିଛନ୍ତି ସେମାନେ ସେଠି,

ପ୍ରେମିକା ର ପ୍ରେମ ଘରଣୀ ର ହାତ ରନ୍ଧା ଛାଡ଼ି

ବଞ୍ଚିବାର ଏତେ ଶକ୍ତି ଆସୁଛି କଉଠୁ।

ଧନ୍ୟ ସେ ମହାନ୍ ବ୍ୟକ୍ତିତ୍ଵ ଧନ୍ୟ ସେ ଆତ୍ମା

ଯାହା ପାଈ ଆଜି ଆମେ ସୁରକ୍ଷିତ

ମଥା ନଈ ଯାଏ ସେମାନଙ୍କ ପାଖେ,

ଜୀବନ ତାଙ୍କର ମୂଲ୍ୟବାନ ଆମ ପାଖେ।          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational