ଅଜଣା ସମ୍ପର୍କ
ଅଜଣା ସମ୍ପର୍କ


ସାଥୀରେ ସାଥୀ ପ୍ରଥମ ତିଥି ତୁ
ହୃଦୟ ଲାଗେ ଶୂନ୍ୟତା ତୋରି ବିନା ।
ମୋ କବିତା ଲେଖାରେ ତୁ ଅଛୁ,
ପ୍ରତି ମୁହୂର୍ତ୍ତରେ ମୋ ଭାବନାରେ ଆସୁଛୁ ।
କାହା ସାଥେ କଥା ହେଲେ ତୋ କଥା ମନେ ପଡେ
କାହା ସହ ଦେଖା ହେଲେ ତୋ ଛବି ଦିଶୁଥାଏ ଆଖିରେ ।
କାହିଁକି ଏମିତି ହେଲା ମୋ ସାଥେ କହ
କି ଦୋଷ ମୋର ଥିଲା ସାଥୀ ତୁ କହ ।
ତୋ ମନରେ ଯଦି ଟିକେ ଭଲ ପାଇବା ନାହିଁ
ତଥାପି ମୁଁ ଝୂରେ ତତେ କହ କିମ୍ପାଇ ।
ଗୋଟେ ଦିନ ତୋ ସହ ଦେଖା ହେଇନି
ଭଲରେ ବି ତୋ ସହ କଥା ଲାଗିନି ।
ପ୍ରେମ କଣ ଜୀବନରେ କିଛି ଜାଣିନି
ତଥାପି ତୋ ଚେହେରା ଆଖିରୁ ଲିଭୂନି ।
କେମିତି ବଞ୍ଚିବି ଆଉ କାହା ସାଥେ,
ଭାବି ପାରୁନି ମୁଁ ଜାଣିପାରୁନି ।
ଏ ସମ୍ପର୍କ ଅଜଣା ଅଚିହ୍ନା
ହେଲେ କେବେ ମନରୁ ତୁଟେନା ।