STORYMIRROR

Sandhya Lenka

Inspirational

4  

Sandhya Lenka

Inspirational

ସିନ୍ଦୂର

ସିନ୍ଦୂର

1 min
235

ସିନ୍ଦୂର କୁ ଅବା କିଏ ଭାବେ ଖେଳଘର

କିଏ ଭାବେ ତାକୁ ବନ୍ଧନର ଡୋର।

କାହା ପାଇଁ ପୁଣି ସାଜେ ଅଭିନୟ

କାହା ପାଈ ସିଏ ସାଜେ ପରିବାର।


ପଥର ଟିଏରେ ସିନ୍ଦୂର ଲାଗିଲେ

           ଦେବୀ ରୂପେ ପୂଜା ପାଏ।

ନାରୀର ମଥାରେ ସିନ୍ଦୂର ଲାଗିଲେ

           କେତେ କର୍ତ୍ତବ୍ୟ ରେ ବନ୍ଧା ହୁଏ।


ବିବାହ ବେଦିରେ ସିନ୍ଦୂରକୁ ନେଇ 

           ସଂପର୍କ ତ ଗଢା ହୁଏ।

ସେହି ସଂପର୍କର ଡୋର ସାତ ଜନ୍ମ ପାଇଁ

           ଦୁଇ ଦିନର ସେ ନୁହେଁ।


ସତୀତ୍ୱର ଗାଥା ସିନ୍ଦୂର ପ୍ରମାଣ ଦିଏ

          ପ୍ରତି ନାରୀର ଗର୍ବ ସିଏ

ସିନ୍ଦୁରକୁ ପିନ୍ଧି ମଶାଣୀକୁ ଯାଏ

          ଦୁନିଆରେ ଚର୍ଚ୍ଚା ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational