STORYMIRROR

Sandhya Lenka

Tragedy

3  

Sandhya Lenka

Tragedy

ପଚାରୁଛି ଆଜି ହାଏ

ପଚାରୁଛି ଆଜି ହାଏ

1 min
170

ସବୁ ସ୍ବପ୍ନ ମୋର ସବୁ ଇଚ୍ଛା ମରିଯାଏ ଏଠି ଥିରେ ଥିରେ,

ସମୟର ଏଇ ଚଲା ବାଟେ କିଏ ଆସେ ପୁଣି କେତେବେଳେ।

ଜୀବନ ଟା ଅନ୍ଧାର ର ଘେରା କୁହୁଡି ପରିକା କାଇଁ ଲାଗେ,

କାହା ଓଠେ ହସ ଖୋଜୁ ଖୋଜୁ ଆଖି କାଇଁ ଏଠି ଲୁହେଭିଜେ।

ତଥାପି ଚାଲିଛି ବାଟ ତୁମ ଇଚ୍ଛାକୁ ମୁଁ ସମ୍ମାନ ଜଣାଇ,

ଯିଏ ଯାହା ଭାବୁ ସେଥିରେ ମୋ କିଛି ଦୁଃଖ ନାହିଁ।

ତଥାପି କାହିଁକି ମନ ବୁଝେ ନାହିଁ ବୋଲ ମାନେ ନାହିଁ,

ମଣିଷ ଜାଣିବା ବି ଭାରୀ କଷ୍ଟ କିଛି ବୁଝି ପାରେ ନାହିଁ।

ମନ ଟା ମୋର କି ପଥର ଘର ଆଘାତ ରେ କଷ୍ଟ ହେବନି,

ଜଗତ ର ପିତା ତୁମେ ବୋଲାଉଛ କିଛି ବୁଝି ପାର ନାହିଁ।

ପ୍ରେମ ବନ୍ଧନରେ ବନ୍ଦିଦେଇ ଏଠି କେମିତି ରହିଛ ଦୂରେ,

ମୋହ ମାୟା ଜାଲେ ବନ୍ଧା ହେବାପାଇଁ ଇଚ୍ଛା ନାହିଁ ଆଉ ଥରେ ।

ନିଃଶ୍ୱାସ ଚାଲିଛି ଜୀବନ ଚାଲିଛି ବଞ୍ଚିଛି ହେଇ ପଥର,

ମନକୁ ନେଇ ମୋ କଉଠି ରଖିକି କର କାଇଁ ହିନୀ ମାନ।

ପିତା ମାତା ଭାଈ ବନ୍ଧୁ ମୁଁ ଭାବିଲି ପିଲା ଦିନୁ ଆଜି ଯାଏ,

କାହିଁକି ଏମିତି କର ହୀନିମାନ ପଚାରୁଛି ଆଜି ହାଏ।

ପିଲାଦିନୁ ମୋତେ ଯାହା ବି ଦରକାର୍ ତମ ପାଖକୁ ମୁଁ ଯାଉଥିଲି,

ତମ ପାଖେ  ଯାଇ ଅଳି କରି ମୁଁହି ତାକୁ ନେଇ ଆସୁଥିଲି।

ଏମିତି ଦୋ ଛକି ରାସ୍ତାରେ ମୁଁ ଆଜି ଠିଆ ହୋଇ ଅଛି ରହି,

ତମ ପାଖେ ଯାଇ ଅଳି କରିବାକୁ ସାହାସ ମୋ ପାଖେ ନାହିଁ।

କାହା ଜୀବନରେ ଖୁସି ନୁହେଁ ଯଦି କେମିତି ପାରିବି ବଞ୍ଚି,

କାହାର କଷ୍ଟ କୁ ଅନୁଭବ ପାଇଁ ମୋତେ କାହିଁକି ଦେଇଛ ଛନ୍ଦି।

ମାୟା ଜାଲରେ ବାନ୍ଧି ଦେଈ ମୋତେ କି ସୁଖ ପାଉଛ  କୁହ,

ଅଭିନୟ କରି ହସିବାକୁ ଆଉ ସହିପାରୁନାହି ହୃଦୟ।

କାହା ଜୀବନରେ ଜିଦି କରି ମୁଁହି ରହିଲା ପରିକା ଲାଗେ,

କାହା ସ୍ବପ୍ନ ଘର ମୋ ଖୁସି ପାଇଁ ଉଜୁଡି ଯିବାକୁ ବସେ।

ଏମିତି ପାପରେ ଭାଗୀଦାର ମୋତେ କରିଦିଅ  ମୋତେ କାହିଁ,

ଜୀବନ ଡଙ୍ଗାରେ ସିନା ତୁମ ସାହାରା ଲୋଡେ ବୋଲି ମୁଁହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy