STORYMIRROR

Sandhya Lenka

Inspirational

3  

Sandhya Lenka

Inspirational

ନବବଧୂ

ନବବଧୂ

1 min
231

ଥିରି ଥିରି ଚାଲିରେ

       ଚୁପି ଚୁପି କଥାରେ

ଓଢଣାର ଭିତରେ 

       ରହିଥାଏ ନୂଆ ବଧୂ।

ସଭିଙ୍କୁ ଆଦର କରେ 

     ସଭିଁଙ୍କର ମନଜିତେ 

ନିଜେ ଦୁଃଖ କଷ୍ଟେ ରହି 

     ସଭିଙ୍କୁ ଆନନ୍ଦ ବାଣ୍ଟେ।

ଯେବେ ଦୁହିତାରୁ ବଧୂ ସାଜେ

     ସେବେଠୁ ପ୍ରତିଜ୍ଞା ନିଏ

ଦୁଇ କୂଳ ସମ୍ମାନରେ

      ସର୍ବଦା ସଂଯତ ରୁହେ।

ଶାଶୁ ଘର ତାର ସ୍ୱର୍ଗ ପୁର

      ସେଠୁ ତା କୋକେଇ ଉଠେ,

ମାଆ ବୃନ୍ଦାବତୀଙ୍କୁ କରେ ପ୍ରାର୍ଥନା

     ହେବାକୁ ପତିବ୍ରତାଟିଏ।

ଶାଶୁ ଶଶୁରଙ୍କ ସେବା ତାର

      କୋଟି ଜନ୍ମ ପୂଣ୍ୟ ଫଳ

ଦୁଇ କୂଳ ହିତା ସାଜି 

      ସଭିଙ୍କୁ ରଖେ ଏକତ୍ର।

ସଂସ୍କାର ସଂସ୍କୃତି ରୀତି

      ସବୁ ତା ପଣତେ ବାନ୍ଧି

ପରିବାର ଢାଲ ସାଜି

      ଆଦର୍ଶରେ ହୁଏ ବନ୍ଦି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational