STORYMIRROR

Sandhya Lenka

Inspirational

4  

Sandhya Lenka

Inspirational

ଝିଅ ନୁହେଁ ବୋଝ

ଝିଅ ନୁହେଁ ବୋଝ

1 min
191

 ଝିଅ ଟିଏ ନୁହେଁ କଣ୍ଢେଇ ଖେଳନା,

ତା ଭିତରେ ଥାଏ ସବୁ ସମ୍ଭାବନା।


ତା ଆଖିରେ ଥାଏ ଅସୁମାରୀ ସ୍ବପ୍ନ,

ତା ପାଖରେ ଥାଏ ସବୁ ପ୍ରଶ୍ନର ଉତ୍ତର।


ନିଜ ଭିତରେ ତା ନିଜର ଠିକଣା,

ନିଜେ ସେ ବିଶ୍ୱାସ ନିଜେ ସମ୍ଭାବନା।


ପଞ୍ଜୁରୀ ଭିତରୁ ଯେବେ ଉଡିବାକୁ ଲାଗେ,

ପ୍ରତି ଚେଷ୍ଟା ରେ ସେ ସଫଳତା ପାଏ।


ପରିବାର ପାଈ ନୁହେଁ ସେ କଳଙ୍କ,

ନିଜେ ସେ ବାଟୋଇ ନିଜେ ଦିଗ୍ ଦର୍ଶକ।


ଆତ୍ମବିଶ୍ବାସ ଅଟେ ତାର ଅସ୍ତ୍ର,

ରୋକିକି ପାରିବ ତାର ଅସୁମାରୀ ସ୍ବପ୍ନ।


ଯେଉ ଆଖିରେ ତା ଲୁଚିଥାଏ ଲୁହ,

ସେହି ଆଖିରେ ବି ଅଗ୍ନି ସମ ତେଜ।


ସବୁ ସହି ଯାଏ ପଥର ପରୀ ସେ,

ତଥାପି ଭାବନି ଦୁର୍ବଳ ଅଟେ ସେ।


ନିଜେ ଅଟେ ବାଟ ନିଜେ ସେ ଠିକଣା,

ନିଜ ଚେହେରା ର ନିଜେ ସେ ଆଇନା।


କାହା ପାଇଁ ନୁହେଁ ସେ ପ୍ରଶ୍ନ ବାଚି,

ସବୁ ର ଉତ୍ତର ତା ପାଖେ ଥାଏ ଲୁଚି।


ଝିଅ ଟିଏ ନୁହେଁ ପରିବାର ବୋଝ,

ପ୍ରତି ହୂର୍ଦୟ ରେ ଆଣେ ସେ ବିଶ୍ୱାସ।


କନ୍ୟା ଭ୍ରୁଣ ହତ୍ୟା କରନାହିଁ କେହି,

କେହି ହେବେ ନାହିଁ ଝିଅ ଟିଏ ସରୀ।


ପରିବର୍ତ୍ତନ ର ଅଟେ ସିଏ ରାଣୀ,

ନିଜ ଅକ୍ଷରରେ ଲେଖେ ନିଜର କାହାଣୀ, ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational