STORYMIRROR

Sandhya Lenka

Others

3  

Sandhya Lenka

Others

ଝୁରେ ତତେ କହ କିମ୍ପାଇଁ

ଝୁରେ ତତେ କହ କିମ୍ପାଇଁ

1 min
248

ରାଧା ରାଧା ଜପିଲେ ଦୁଃଖ ହଜିଯାଏ

ରାଧା ରାଧା ଡାକିଲେ କଷ୍ଟ କମିଯାଏ।

ଏଡ଼େ କପଟିଆ କାହ୍ନା ତାକୁ କିଏ ବୁଝିବ,

କେତେ ନାଟ ଲଗାଉଛି ସେ ଜାଣିଥିବ।

ଗୋପୀଙ୍କର ହୃଦୟରେ ସେ ରହିଥାଏ,

ରାଧା ମୀରା ଜୀବନର ନାଟିକା ସିଏ।

ଏମିତି ପ୍ରେମର କଳା ତାକୁ ଯେ ଜଣା,

ସଭିଏଁ ତା ପାଇଁ କାହିଁ ପାଗଳା।

ରାଧା କାନ୍ଦେ ଦିନରାତି ତାକୁ ଯେ ଝୁରି,

ମୀରା ଭଜେ ଦିନ ରାତି ତା ନାମ ଧରି।

ପ୍ରେମ ମାନେ ତାକୁ ଜଣା କି ମାୟା କରୁଛି,

ସଭିଙ୍କ ମନରେ ସେ ଘର କରିଛି।

ରାଧା ନୁହେଁ କି ମୁଁ ମୀରା ଯେ ନୁହେଁ,

ତଥାପି ଝୁରେ ତତେ କାହିଁ ଯେ ଏତେ।

ଷୋଳ ସହ ଗୋପୀଟିଏ ନୁହେଁ ଯେ ମୁଁହି,

ତଥାପି ତୋ ପାଇଁ ମନ ବିକଳ କାହିଁ।

ରାଧା ପରି ମୁଁ ସିନା ହୋଇ ପାରିବି ନାହିଁ,

ମୀରା ପରି ତତେ ସିନା ଭଜି ପାରିବି ନାହିଁ।

ତୋ ଦର୍ଶନ କରିବା ମୋ ଭାଗ୍ୟରେ ନାହିଁ,

ମୋ ହୃଦୟେ ତୁ ଅଛୁ ପ୍ରେମ ମନ୍ଦିର ହୋଇ ।

ଲୁହ ଦେଲେ ଦେ ପଛେ କିଛି ଆପତ୍ତି ନାହିଁ,

ମୋ ପ୍ରେମ କେବେ କମି ନ ଯିବ ତୋ ପାଇଁ।

ତୋ ବିନା ଏ ପ୍ରେମ ଲାଗେ ଅଧୁରା,

କେତେ ଲୀଳା କରିବୁ ତୁ କହରେ କାହ୍ନା।

ତୋ ହୃଦୟେ ପଛେ ଜାଗା ନଥାଉ,

ମୋ ପ୍ରେମ ତୋ ପାଇଁ ନିଇତି ଥାଉ ।

ଏ ହୃଦୟୁ ପ୍ରେମ କେବେ କମି ନ ଯାଉ,

ତୋ ଚେହେରା ମନରୁ କେବେ ଲିଭି ନ ଯାଉ।

ନୁହେଁ ମୁଁ ରାଧା ମୀରାଙ୍କ ପରି ଏତେ ନିଜର,

ହେଲେ ଏ ପ୍ରେମ ସୂତା ଥାଉ ମୋର ସବୁ ଦିନର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍