STORYMIRROR

Sandhya Lenka

Inspirational

3  

Sandhya Lenka

Inspirational

ପୁସ୍ତକ ଓ ଫୋନ୍

ପୁସ୍ତକ ଓ ଫୋନ୍

1 min
199

ସମାଜ କୁ ଦେଖ ନିରେଖି କରି,

ପୁସ୍ତକ ଅଭାବ ଫୋନ୍ ଭାରୀ।

ସମସ୍ତେ କୁହନ୍ତି ଆମେ ମଡର୍ଣ୍ଣ ଛୁଆ,

ଫୋନ ବିନା କେବେ ହେବୁନାହିଁ ପାଠୁଆ।


ଫୋନ ଚାହିଦା ବଢେ କରୋନା ପାଇଁ,

ଛୁଆଙ୍କ ହାତରେ ଫୋନ ତହିଁ।

ଛୁଆ କୁହନ୍ତି ଆମେ କ୍ଲାସ୍ କରୁଛୁ,

ଅନ୍ ଲାଇନ ରେ ଆମେ ପାଠ ପଢ଼ୁଛୁ।


ଶିକ୍ଷକ କୁହନ୍ତି ବହି ବୁଝା ସରିଲା,

ପ୍ରଶ୍ନ ପ୍ରଚାର ପିଲେ ବେଳ ଆସିଲା।

ପିଲା କୁହନ୍ତି ଆମେ କିଛି ବୁଝିନୁ,

ପ୍ରଶ୍ନ ପଚାରିବୁ କଣ ଜାଣିପାରୁନୁ।


ଛୁଆ କୁହେ କ୍ଲାସ୍ ନା ରେ ଫୋନ୍ ଆଣିଛୁ, 

ଅନ୍ ଲାଇନ ରେ ରହି ଗେମ୍ ଖେଳୁଛୁ।

କଲେଜ୍ ପିଲା ବି ସେମିତି ଫୋନ ପାଗଳ,

ପୁସ୍ତକ ନାହିଁ ପାଖେ ଫୋନ ପାଇଁ ବିକଳ।


ପୁସ୍ତକ ପଢ଼ିଲେ ବୋରିଙ୍ଗ ଲାଗେ,

ଫୋନ ରେ ପଢା ହୁଏ କହିବି କେତେ।

ପୁସ୍ତକ ଠାରୁ ଫୋନ ଚାହିଦା ବେଶୀ,

ଦୁଃଖ ଲାଗେ ଆଜି ସମାଜ ଅବସ୍ଥା ଦେଖି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational