STORYMIRROR

Sandhya Lenka

Abstract

3  

Sandhya Lenka

Abstract

ପ୍ରେମ

ପ୍ରେମ

1 min
198

ପ୍ରେମର ସଂଜ୍ଞା ବହୁ ଜଟିଳ,

କିଏ ବୁଝିବ ତାର ମୂଲ୍ୟ।

ପ୍ରେମ ସତ୍ୟ ଶିବ ସୁନ୍ଦର,

ଯାହାର ନାହିଁ କଳଙ୍କର ଚିହ୍ନ।

ପ୍ରେମରେ ପାଇବାର ଆଶା ନ ଥାଏ,

ତ୍ୟାଗର ମୂଲ୍ୟ ଅଧିକ ଥାଏ।

ପ୍ରେମରେ ଲାଳସା ନ ଥାଏ,

ଥାଏ ସ୍ନେହ, ପ୍ରେମ, ଆତ୍ମାର ମିଳନ।

ପ୍ରେମ ନୁହେଁ ଦୁଇଟି ଅକ୍ଷର,

ମମତା ଡୋରିର ସେତୁ ବନ୍ଧ।

ପ୍ରେମ ଏକ ରହସ୍ୟମୟ,

ଯାହାକୁ ଖୋଜିବା ସହଜ ନୁହେଁ।

ପ୍ରେମକୁ ନେଇ ପରିହାସ କରେ ଆଜିର ସମାଜ,

ସେ କୁହେ ଏହା ଏକ ପାପ ସେତୁ ବନ୍ଧ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract