STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ମାଆ ମୋ ସାହା(ମାଆ ମୋ ଶାରଳା)

ମାଆ ମୋ ସାହା(ମାଆ ମୋ ଶାରଳା)

1 min
293


ମାଆ ମୋ ଶାରଳା ମାଆ

 ତା ପରି ହୋଇବ କିଏ 

ଜଗତ ସାରା ଡାକନ୍ତି ତାଙ୍କୁ

 ସଭିଙ୍କୁ ସାହା ହୁଏ।


ଭକତି ମନେ ଡାକିଲେ ମାଗୋ

 ଦେଉ ତୁ ଅଭୟ ବର

ଜନମ ଜନ୍ମ ଯେତେ ଦୁଷ୍କୃତ

 ଦୂରେଇ ଯାଏ ତାର।


ସରଳ ମନେ ମାଆକୁ ଡାକି

 ଶରଣ ନେଲେ ତାର

ସକଳ ଦୁଃଖ ହୁଅଇ ଦୂର

 ହଟଇ ଅନ୍ଧକାର।


ଶାରଳା ମାଆ ଜୀବନ ମୋର

 ଶାରଳା ପ୍ରାଣ ମୋର

ଶାରଳା ନାମେ ଆରମ୍ଭ ଦିନ

 ତୁଣ୍ଡରେ ଥାଏ ମୋର।


ସୁଖ ଦୁଃଖରେ ମାଆ ମୋ ସାହା

 ମାଆ ବିନା ନାହିଁ ଗତି

ମାଆ ନାମଟି ଥିଲେ ତୁଣ୍ଡରେ

 ମିଳଇ ପରମ ଶାନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational