ମାଆ ମୋ ସାହା(ମାଆ ମୋ ଶାରଳା)
ମାଆ ମୋ ସାହା(ମାଆ ମୋ ଶାରଳା)
ମାଆ ମୋ ଶାରଳା ମାଆ
ତା ପରି ହୋଇବ କିଏ
ଜଗତ ସାରା ଡାକନ୍ତି ତାଙ୍କୁ
ସଭିଙ୍କୁ ସାହା ହୁଏ।
ଭକତି ମନେ ଡାକିଲେ ମାଗୋ
ଦେଉ ତୁ ଅଭୟ ବର
ଜନମ ଜନ୍ମ ଯେତେ ଦୁଷ୍କୃତ
ଦୂରେଇ ଯାଏ ତାର।
ସରଳ ମନେ ମାଆକୁ ଡାକି
ଶରଣ ନେଲେ ତାର
ସକଳ ଦୁଃଖ ହୁଅଇ ଦୂର
ହଟଇ ଅନ୍ଧକାର।
ଶାରଳା ମାଆ ଜୀବନ ମୋର
ଶାରଳା ପ୍ରାଣ ମୋର
ଶାରଳା ନାମେ ଆରମ୍ଭ ଦିନ
ତୁଣ୍ଡରେ ଥାଏ ମୋର।
ସୁଖ ଦୁଃଖରେ ମାଆ ମୋ ସାହା
ମାଆ ବିନା ନାହିଁ ଗତି
ମାଆ ନାମଟି ଥିଲେ ତୁଣ୍ଡରେ
ମିଳଇ ପରମ ଶାନ୍ତି।
