STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ସଦା ବ୍ୟସ୍ତ ରୁହ ମସ୍ତ ରୁହ

ସଦା ବ୍ୟସ୍ତ ରୁହ ମସ୍ତ ରୁହ

1 min
187


ବ୍ୟସ୍ତ ବହୁଳ ଜୀଵନରେ,

କର୍ମ ତତ୍ପର ଜୀବନରୁ,

ସମୟ ଚୋରାଇ,

ଭାବୁଛି ମୋର ପୁରୁଣା ସ୍ମୃତିରୁ,

ସ୍କୁଲ କଲେଜ ସମୟରୁ,

ସୁମଧୁର ସମ୍ପର୍କରୁ,

ମନରେ ସମୟେ ସମୟେ,

ପ୍ରତିବିମ୍ବ ହୁଏ,

ସୁନ୍ଦର ସେ ସମୟରେ, 

କେତେ ସ୍ନେହମୟ ଲାଗେ,

ଶୁଣିବାକୁ " ଚିତ୍ତ ଭାଇ" ଶବ୍ଦଟିଏ ।


ସତେ କେତେ ମୋହ ଥିଲା,

ସେ ଆପଣାପଣର ମୂର୍ଚ୍ଛନାରେ,

କେତେ ତୃପ୍ତି ଥିଲା ସେ ସମ୍ପର୍କରେ,

ଅଭିଭୁତ ହେଉଥିଲି,

ସେ ବିଶ୍ୱସ୍ଥ ମିଠାପଣରେ,

ନିବିଡ଼ ଆବେଗିକ ବନ୍ଧନରେ।


ଥିଲା ମୋର ଆଶା,

କେତେ ସହପାଠୀଂକ ଉପରେ ବିଶ୍ୱାସ,

ସ୍ୱପ୍ନର ଉନ୍ମୁକ୍ତ ସ୍ପନ୍ଦନକୁ,

ଛୁଇଁବାକୁ କରୁଥିଲି ପ୍ରୟାସ,

ଗଢିବାର ପ୍ରଚେଷ୍ଟା ଥିଲା,

ମନ ମଧ୍ୟେ ଭୁଲି ଯାଇନି ଗଢିବାକୁ,

ସମୟ ତ ଗତିଶୀଳ,

ବଦଳୁଛି ଋତୁର ଚିତ୍ର,

ଆଜି ଏଇ ଅଜସ୍ର ଭାରରେ,

ଝୁଙ୍କି ପଡିଥିବା ଦାୟିତ୍ୱବୋଧକୁ,

ଅଛି କି ସମ୍ଭାଳିବାର ସୂତ୍ର ?


ବୟସ ଗଡି ଚାଲିଛି,

ରକ୍ତ ଶିଥିଳ ହୋଇ ଆସୁଛି,

ନାହିଁ ସେ ପୂର୍ବଦମ୍ଭ,

ଭାବୁଛି ମୋର ଆଉ ନାହିଁ ସେ ଯୋଶ୍,

ହୋଇ ଯାଇଛିକି ଅଚଳ ଅବଶ,

ଜାଣିନି ସମାଜକୁ ଦେବାକୁ,

ମୋ ଠାରେ ଆଉ କିଛି ଅଛି କି ନାହିଁ,

ମୋତେ ଦେଖି କେ ଖୁସି ହୁଏନା କି ନାହିଁ,

ହସ, ଖୁସି, ରାଗ ଭିତରେ,

ଅତୁଟ ଅଛି କି ନାହିଁ ସମ୍ପର୍କର,

ସେ ସ୍ନେହ ଅନୁରାଗର ମହକ ।


ନୀରବତାରେ ଖୋଜୁଛି,

ମନେ ମନେ ସେ ସମ୍ପର୍କ,

ବୁଝିବା କଷ୍ଟ ଅନ୍ତରେ ସେହି କଥା,

ଅଭିନୟ ଦେଖି ଦେଖି,

ଏ କଅଣ ମିଛର ସମ୍ପର୍କ,

ଏଇ ଅଳୀକ ସଂସାରରେ,

ଦୃଢତାରେ, ମନରେ 

ସଦା ବ୍ୟସ୍ତ ରୁହ ଓ ମସ୍ତ ରୁହ,

ସମାଜ ପ୍ରତି କର୍ତ୍ତବ୍ୟ ନଭୁଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational