STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ଦରକାର ନାହିଁ

ଦରକାର ନାହିଁ

1 min
307

ଦରକାର ନାହିଁ  ମିଥ୍ୟା ପ୍ରତିଶୃତି

    ଦିଅନା ମିଛ ସମ୍ମାନ

ଏକା ଚାଲିବାକୁ  ଜୀବନ ପଥରେ

    ଜନ୍ମାଇ ଛନ୍ତି ଆପଣ ।


ଲକ୍ଷ୍ୟ ପଥରେ   ମୋ ଏକା ଚଳିବି

   ଆସୁ ଯେତେ ବାଧା ବିଘ୍ନ

ଦୁର୍ଗମ ପଥକୁ  ସୁଗମ କରିବି

    ଚିତ୍ତକୁ କରିଣ ଦୃଢ଼ ।


ଲୁହ ଯେ ଅଟଇ  ଦୁଃଖର ସଂକେତ

    ହସି ଯାଉଥିବି ପିଇ

ସତ୍ୟ ପଥେ ଥିଲେ  ସାହା ସବୁବେଳେ

    ହୋଇବେ ମୋହର ସାଇଁ ।


ଲୋଡା ନାହିଁ ପ୍ରଭୁ  ଧନ ମାନ ଯାନ

    ପୂରୁ ମୋ ଭକ୍ତି ହୃଦରେ

ତୋର ନାମ ଧରି ସଦା ଚାଲୁଥିବି

    ତୁମ ଗଢା ଏ ମହୀରେ ।


ଦୂରରୁ ଡାକିଲେ  ମୁହିଁରେ କାଳିଆ

    ପାଦ ନାହିଁ ବୋଲି କହୁ

ପାଖକୁ ମୁଁ ଆସି  ମାଗିଲେ ତୁହିରେ

    ହାତ ନାହିଁ ଠକି ଦେଉ ।


ତଥାପି ତୋହର  ନାମ ମୋର ତୁଣ୍ଡେ

     ରହିଅଛି ରହି ଥିବ

ଚକା ଆଖି ମେଲି  ସବୁ ଦେଖୁ ତୁହି

   ବାଛୁ ତୁ ପୁଣ୍ୟ ପାପ ।


କଳା ଧଳା ଘୋଡ଼ା  ସଙ୍ଗେ ଭାଇ ନେଇ

    କେବେ ସତେ ବାହାରିବ

ଅଧର୍ମ ବିନାଶି  ଧର୍ମର ସ୍ଥାପନ

    ବିଶ୍ୱେ ପ୍ରତିଷ୍ଠା କରିବ ।


Rate this content
Log in

Similar oriya poem from Inspirational