STORYMIRROR

Kalpana Kumari Pradhan

Inspirational

3  

Kalpana Kumari Pradhan

Inspirational

ସତ୍ୟ ହିଁ ପରମ ତପ

ସତ୍ୟ ହିଁ ପରମ ତପ

1 min
420

କାଳେକାଳେ ଯଶ ଅରଜିଛି ସତ୍ୟ

          ସତ୍ୟ ଏକା ସାର ମହିତଳେ l

କେତେ ପରକାରେ ବଢ଼େଇ କହିଲେ

         ମିଥ୍ୟା ପ୍ରଘଟ ହୁଅଇ ହେଳେ l


ମିଥ୍ୟା ପିନ୍ଧିଥାଏ ବହୁ ପରିଧାନ

         ସତ୍ୟ ଥାଏ ତ ଉଲଗ୍ନ l

ମିଥ୍ୟା ପାଇଁ ହଜାରେ ପ୍ରମାଣ

    ସତ୍ୟ ପାଇଁ ନାହିଁ ଭିନ୍ନ l


ସତ୍ୟ ପଥେ ଚଳିଲେ ତୁହି

    ନଥିବେ କେହି ତୋ ସଖା l

ପ୍ରାଣ ଲଭିବ ପରମ ତୃପ୍ତି

     ପଥେ ପଥେ ବହୁ ପରୀକ୍ଷା l


ମିଥ୍ୟା ଲାଗେ ଭାରି ସୁନ୍ଦର

   ମହାକାଳ ଫଳ ପରି ଦିଶେ l

ବାହାରଟା ତାର ଭାରି ମନଲୋଭା

  ଅନ୍ତରେ ଭରିଛି ସେ ବିଷ l


ସତ୍ୟବାଦୀ ନର ନମଣେ କେବେ

 ସୁଖ ଦୁଃଖ ହାନି ଲାଭ l

କୋଟିରେ ଖୋଜିଲେ ଗୋଟିଏ ମିଳିବେ

   ଏପରି ଜନ ସଂସାରେ ଦୁର୍ଲଭ l



Rate this content
Log in

Similar oriya poem from Inspirational