STORYMIRROR

Mamata Pradhan

Inspirational

3  

Mamata Pradhan

Inspirational

ଚିର ନମସ୍ୟ କବି

ଚିର ନମସ୍ୟ କବି

1 min
385

କବି, ଚିର ନମସ୍ୟ ତୁମେ

ମୁଁ ସମ୍ମାନ କରେ,

ଶୁଭ ମନାସେ

କବିତା ମତେ ମୁଗ୍ଧକରେ

ତୁମ କବିତା ପାଠକର ମନ କିଣିନିଏ,

ମୋ ମନକୁ ଛୁଇଁ ଛୁଇଁ ଯାଏ

ତୁମ ଲେଖନୀରୁ ଝରିଯାଏ ଅମୃତଧାରା,

କବିତା ପାଠକକୁ କରେ ଆତ୍ମହରା

ହେ କଳ୍ପନା ବିଳାସୀ କବି,

ଆଗାମୀ କାଲିର ସ୍ବପ୍ନ ଦେଖାଇ

ପାଠକକୁ ତୁମେ ବିଭୋର କରିଦିଅ,

କବିତାରେ ତୁମେ ମଧୁର ମୂର୍ଚ୍ଛନା ଭରି

ଓଠରେ କାହାର ହସ ଫୁଟାଇଦିଅ

ତୁମ କବିତାର କାରୁଣ୍ୟ ମାର୍ମିକ ସୃଜନୀ

ଆଖିରୁ କାହାର ଲୁହ ଝରାଇଥାଏ,

କେବେ ପୁଣି ସୁପ୍ତ ମଣିଷ ପ୍ରାଣରେ

ଦେଶପ୍ରେମ ଦୀପ ଜାଳିଥାଏ

ତୁମ ଭିତରେ ଥିବା ହୃଦୟସ୍ପର୍ଶୀ

କବିଟିକୁ ମୁଁ ଦେଖିପାରେ,

ତୁମ ଭିତରେ ଥିବା ଚିନ୍ତା ଚେତନାକୁ

ମୁଁ ଅନୁଭବ କରିପାରେ

କବି, ଏମିତି ସୁନ୍ଦର କବିତା,

କେମିତି ତୁମେ ଲେଖିପାର

ହୃତ ଗୌରବ, ଲୁପ୍ତ ବିଭବକୁ

କେମିତି ତୁମେ ଫେରାଇ ଆଣିପାର

ତୁମ ପ୍ରତିଟି କବିତା ପଢି

ନିଜକୁ ମୁଁ ଭୁଲିଯାଏ,

ଖୁଵ ଆପଣାର ମନେହୁଅ 

ତୁମ କବିତା ହିଁ ବୋଧହୁଏ

ତୁମକୁ ଆପଣାର କରିଦିଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational