STORYMIRROR

Pradipta Kumar Behera

Inspirational

3  

Pradipta Kumar Behera

Inspirational

ଦେଖାଅ ମୁକ୍ତିପଥ

ଦେଖାଅ ମୁକ୍ତିପଥ

1 min
382

ଜଗନ୍ନାଥ ନାମ

ମନରେ ମୋ ସଦା

ବିପଦକୁ ସାମ୍ନା କରେ,

ଆପଦ ବିପଦ

ଦୂରେ ଚାଲିଯାଏ ଆସନ୍ତି

ଯେତେ ପାଖରେ ।।


ଜୀବନ ଯୌବନ

ସବୁ ଯେ କ୍ଷଣିକ

ଆତଯାତ ସବୁ

ତାଙ୍କ ଇଙ୍ଗିତ,

ଚଲାପଥ ପରେ 

ଆସେ ଯାହାସବୁ

ତାଙ୍କର ହିଁ ସୃଷ୍ଟି

ଅଟେ ଅନିତ୍ୟ ।।


ସର୍ବ ଘଟେ ବିଦ୍ୟମାନ

ହେ ଜଗତ ସାଇଁ

ଟିକି ନିଖି ପରୀକ୍ଷା

ତୁମେ କରୁଥାଇଁ ।

ତରାଜୁ ହାତରେ ତବ

ତଉଲିବାକୁ ପାପ ପୁଣ୍ୟ

ଧର୍ମ ଅଧର୍ମ ନୀତି ଅନୀତି

କିନ୍ତୁ କାହିଁ ଧରାଧାମେ

ଶାନ୍ତି ମୈତ୍ରୀ ପ୍ରେମ ପ୍ରୀତି

ଅହିଂସାର ଭାବ।

ଅଳିକ କ୍ଷଣିକ ସୁଖରେ

ଉବୁଡୁବୁ ପାଶୋରିଲେ

ନିଜର କର୍ତ୍ତବ୍ୟ ।


ଚଞ୍ଚଳ ମନରେ

ଭରିଦିଅ ଜ୍ଞାନର ଭଣ୍ଡାର 

ବିବେକ ନିର୍ଦ୍ଦେଶରେ

ହେଉ ପରିଚାଳନ

ଭକ୍ତି ଭାବ ଭରେ

ସଭିଏଁ ଡାକିବା

ରଖି ପାଦତଳେ ଧ୍ୟାନ ।

ଦିଅ ହେ ଶରଣ

ଆହେ ମହାବାହୁ

ତୁମ୍ଭେ ଜଗତର ନାଥ

ତୁମର ସୃଷ୍ଟିରେ

ମୁଁ ଯେ ଶ୍ରେଷ୍ଠ ଜୀବ

ଦେଖାଅ ମୁକ୍ତିର ପଥ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational