STORYMIRROR

Tilottama Prusty

Inspirational

3  

Tilottama Prusty

Inspirational

ନାରୀ ନୁହେଁ ଆମେ ନାରାୟଣୀ

ନାରୀ ନୁହେଁ ଆମେ ନାରାୟଣୀ

1 min
328

ନାରୀ ନୁହେଁ ଆମେ ନାରାୟଣୀ ପରା

      ନାରୀ ନୁହେଁ ଆମେ ନାରାୟଣୀ

ଚାରି କାନ୍ଥ ଭରା ପାଚେରୀ ଭିତରେ

       ହେବା ନାହଁ ଆମେ ଖାଲି ଗୃହିଣୀ

ନାରୀ------

    ଆସିଛିରେ ଏବେ ଆସିଛି

          ନବ ଦିଗନ୍ତ ଦିଶୁଛି

    ଅଣ୍ଟା ଭିଡ଼ି ଆସ ଆଗେଇ ଯିବା

           ମନ ଆମର ମିଶୁଛି।

    କନ୍ୟା ଭୃଣ ହତ୍ୟା ଜଗିବା

          ନାରୀ ବଳାତ୍କାର ରୋକିବା

    ନିଜେ ଦୁର୍ଗା ସାଜି ମହିଷା ମାରିବା

           କିଏ ଟିପ ଦେବ ଦେଖିବା।

    ନାରୀ----

    ନାରୀ ପାଇଁ କିଛି ନୁହେଁ ଅସାଧ୍ୟ

            ଇଚ୍ଛା ଥିଲେ ସବୁ ହୋଇବ ସାଧ୍ୟ

     ଜାଣି ରଖି ଥାନ୍ତୁ ମା'ର ଭଉଣୀ

          ନାରୀ ନୁହେଁ ଆମେ ନାରାୟଣୀ ପରା

    ନାରୀ-------

     ମୁଁ ଅଟେ ଦୁହିତା ବାତ୍ସଲ୍ୟରେ ମାତା

            ଝିଅ ଅଟେ ମୁଁ ଅଟେ ଭଉଣୀ

     ଦୁଇ କୂଳ କଥା ଭାବୁ ଥାଏ ନିତି

            ଝିଅ, ବୋହୁ ପୁଣି ହୋଇ ଗୃହିଣୀ।

  ନାରୀ-------

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational