STORYMIRROR

Tilottama Prusty

Others

4  

Tilottama Prusty

Others

ଚନ୍ଦ୍ର ଯାନ

ଚନ୍ଦ୍ର ଯାନ

1 min
260


ପିଲାବେଳେ ଆମେ ଶୁଣିଥିଲେ ପରା

     ମା'ର କୋଳରେ ରହି

ତୋଳି ଆଣି ଜହ୍ନ ମାମୁଁକୁ ସେ ଦେବ

     ଅଝଟ ନ ହେବା ପାଇଁ।

ଆଜି ସେ ସପନ ପୁରଣ ହୋଇଛି

     ଧନ୍ୟ ବଜ୍ଞାନିକ ଭାଇ

ଅସମ୍ଭବକୁ ଯେ ସମ୍ଭବ କରିଛ

     ମୋଦି ସରକାର ପାଇଁ।

ତେଇଶି ମସିହା ତେଇଶି ଅଗଷ୍ଟ

       ଛଅଟା ଚାରି ମିନିଟ୍

ଚନ୍ଦ୍ରଯାନ ଗଲା ଜିହ୍ମମାମୁଁ ଦେଶେ

     ବର୍ଷା, ବାଦଲାକୁ କାଟି।

ଭାରତ ପାଇଁକି ଗର୍ବ ଗୌରବରେ

     ଇତିହାସ ରଚିଗଲା

ବିଜ୍ଞାନର ଯାଦୁ ମନ୍ତ୍ରକୁ ଦେଖାଇ

     ସଭିଙ୍କୁ ସେ ମୁଗ୍ଧ କଲା।

ପୃଥିବୀ ମାତାର ଭାଇ ପରା ସିଏ

     ଆମ ସଭିଙ୍କର ମାମୁଁ

ତାଙ୍କୁ ଦେଖାଇକି ମା' ଯେ ଆମକୁ

     କେତେ ଯେ, ଖୋଇଛି ହାମୁଁ।

ମାମୁଁ ଆଣି ଦେବ ଖଜା ମିଠେଇ

      କହିଥିଲା ମିଛ କେତେ

 ତୋଳି ଆଣିକରି ଧରାଇ ସେ ଦେବ

      ମୋ କୁନି କୁନି ହାତେ।

ସେଇ ସପନ ଟା ପୂରଣ ହୋଇଛି

     ବିକ୍ରମ, ପ୍ରଜ୍ଞାନ ପାଇଁ

ସେଥିପାଇଁ ଇସ୍ରୋ ସାଲୁଟ୍ କରୁଛୁ 

     ଧନ୍ୟବାଦ୍ ତୋତେ ଭାଇ।

      ଜୟହୀନ୍ଦ୍

          

    





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍