STORYMIRROR

Tilottama Prusty

Classics

3  

Tilottama Prusty

Classics

ଦଶହରା

ଦଶହରା

1 min
140

ଆସିଗଲା ଦଶହରା ଆସିଗଲାରେ ଦଶରା

   ନଦୀ ପଠାରେ ବସିଅଛି କାଶଦଣ୍ଡୀ ର ମେଳା।

ନିର୍ମଳ ଶରତେ ହୁଏ ଦେବୀଙ୍କର ଆବିର୍ଭାବ

    ଦଶ ଦିନ ଯାଏଁ ଚାଲେ ଖୁସିରେ ତ ଏ ଉତ୍ସବ।

ପ୍ରଥମ ଦିନରେ ହୁଏ ଶୈଳପୁତ୍ରୀଙ୍କର ବେଶ

     ହସ୍ତେ ପଦ୍ମ ଧରି ମାତା ପିନ୍ଧିଥାନ୍ତି ଶୁଭ୍ର ବସ୍ତ୍ର।

 ବ୍ରହ୍ମଚାରିଣୀ ଦ୍ୱିତିୟେ ସେଦିନ ବି ବସ୍ତ୍ର ଧଳା

     ମହିଷାକୁ ମାରି ମା'ଆ ରଚିଛନ୍ତି ଏହି ଲିଳା।

ତୃତୀୟରେ ଚନ୍ଦ୍ରଘଣ୍ଟା ଲାଲ ବସ୍ତ ପରିଧାନ

   ଅପୂର୍ବ ମୂରତୀ ପରା ସିଂହ ପରେ ଆବାହାନ।

ଚତୁର୍ଥେ କୁଷ୍ମାଣ୍ଡା ନାମ ଲାଲ୍ ପିଙ୍କ୍‌ ପିନ୍ଧିଥାନ୍ତି

    ଶୁମ୍ଭ ନିଶୁମ୍ଭଙ୍କୁ ମାରି ପୃଥିବୀ କରିଲେ ଥାନ୍ତି।

ପଞ୍ଚମରେ ସ୍କନ୍ଦମାତା, ଷଷ୍ଠରେ କାତ୍ୟାୟନୀ

    ଧଳା,ପିଙ୍କ୍ ବେଶ ଅଟେ ବଡ଼ ଅପୁର୍ବ ମୋହିନୀ।

ସପ୍ତମ ରେ କାଳରାତ୍ରୀ ବସ୍ତ୍ର ତାଙ୍କ‌ କଳା

     ବିବସ୍ତେ ମହିଷା ମାରି ରଚିଲେ ଅପୂର୍ବ ଲିଳା।

ଅଷ୍ଟମୀରେ ମହାଗୌରୀ ଧଳା ହଳଦୀ ବେଶ

    ଅଶରଙ୍କୁ ଦମନ କରି ମହୀ କଲେ ଉସ୍ଵାସ।

ନବମୀରେ ଲାଲ୍ ବସ୍ତ୍ର ସିଦ୍ଧିଦାତ୍ରୀ ତାଙ୍କ ନାମ

   ଦଶମରେ ଦଶହରା ବିଜୟା ଦଶମୀନାମ।

ମର୍ତ୍ତ୍ୟ ତାଙ୍କ ଲୀଳା ସାରି ଭଷାଣୀ ଉତ୍ସବ କରି

   ମେଲାଣି ନେବେ ମା ମନ ଆମ ଦୁଃଖ କରି।

ସରିଯିବ ଦଶହରା ସରିଯିବ ଦଶରା

    ସୁଖେ ଦୁଃଖେ ସବୁବେଳେ ମା ଆମ ଆସରା।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics