STORYMIRROR

Tilottama Prusty

Fantasy Children

4  

Tilottama Prusty

Fantasy Children

ଗୁରୁ

ଗୁରୁ

1 min
373

ପିତାମାତା ପରା ସଂସ୍କାର ଦିଅନ୍ତି

     ଗୁରୁ ଯେ ଦିଅନ୍ତି ଜ୍ଞାନ

ତାଙ୍କ ଆଶିଷରେ ଅନୁପ୍ରାଣିତ ଯେ

     ସୁଖେ କଟେ ତାର ଦିନ।

ମଳୟ ସ୍ପର୍ଶରେ ନିମ୍ବ ଚନ୍ଦନରେ

     ପରିଣତ ହେଲାପରି

ସଦ୍‌ଗୁରୁ ପରସେ ଶିଷ୍ୟ ଜୀବନରେ

     ଆଲୋକ ଯେ ଥାଏ ଭରି।

ଗୁ-ଅର୍ଥ ଅନ୍ଧକାରକୁ ବୁଝାଏ

     ରୁ-ଅର୍ଥ ଅଟେ ଆଲୋକ

ସେ ଆଲୋକରେ ଆଲୋକିତ ଯିଏ

    ଜିତେ ସେ ସର୍ବ ମୁଲକ।

ଗୁରୁ ଦେବତାଙ୍କ ପ୍ରତିରୂପ ପରା

     ଭକ୍ତି ସୁ-ଛାତ୍ରୀର ଭୂଷଣ

ଗୁରୁକୃପା ଯାହା ଉପରେ ପଡିଛି

      ସମାଜରେ ସିଏ ବିଦ୍ଵାନ ।

ରାଜା ପୂଜା ପାଏ ନିଜ ରାଜ୍ୟେ ସିନା

      ବିଦ୍ଵାନ ସର୍ବତ ପୂଜ୍ୟତେ

ବିଦ୍ୟା ବାପା, ମାଆ ,ବନ୍ଧୁ ପରି ସାହା

     ହୋଇଛି ହୋଇବ ଜଗତେ।

ଅଜ୍ଞାନ ରୂପକ ଅନ୍ଧକାର କୁ ଯେ

     ଦୂର କରିଥାନ୍ତି ବୋଲି 

ବ୍ରହ୍ମା, ବିଷ୍ଣୁ, ମହେଶ୍ଵର ପରଂବ୍ରହ୍ମ

ତାଙ୍କ ଠାରେ ଥାନ୍ତି ମିଳି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy