STORYMIRROR

Tilottama Prusty

Abstract

3  

Tilottama Prusty

Abstract

ପିଲା ଦିନ କଥା

ପିଲା ଦିନ କଥା

1 min
168

ମୁଁ ଯବେ ପିଲା ଥିଲି

କେତେ ଖେଳୁଥିଲି ବୁଲୁଥିଲି

ପିଲା ଦିନେ ଖେଳୁଥିଲି ସାଙ୍ଗ ମେଳରେ

ଦୀନ ମୋର କଟୁଥିଲା ଗାଁ ଦାଣ୍ଡରେ   

ମୁଁ ଆଜି ଏବେ ସାଜିଛି ବୋହୁ    

ସେ ସବୁ ମୋତେ ମନା ।


ସେ ଦୀନ ମୁଁ ରାନ୍ଧୁଥିଲି ମିଛି ମିଛିକା

ସଢେଇରେ ଭାତ, ତାଲି ହସିହସିକା

ମଜା ଲାଗୁଥିଲା ସବୁ ଘର କରଣା

ନିଜେ ଜାଣି ନ ଥିଲି ମୁଁ ନିଜ ଠିକଣା ।


ମୁକ୍ତ ଆକାଶର ମୁହିଁ ବିହଙ୍ଗ ଥିଲି

ଡେଣା ଝାଡି ମନଖୋଲି ଉଡୁ ମୁଁ ଥିଲି  

ଏ ଗଛରୁ ସେ ଗଛକୁ ଡେଇଁଲା ପରି

ଡେଉଁଥିଲି କାହାରିକୁ ମୁହିଁ ନ ଡରି

ଆଜି ମୁଁ ଏଠି ପିଞ୍ଜରା ବଦ୍ଧ

ସେ ସବୁ ମୋତେ ମନା ।


ବାପା ମା'ଙ୍କର ମୁହିଁ ପରୀ ଯେ,ଥିଲି

ଜେଜେ, ଜେଜୀଙ୍କ ପାଇଁ ଗେଲ୍ଲୀ ମୁଁ ଥିଲି

ଅଜା ଆଈଙ୍କର ମୁଁ ନିୟନ ମଣି

ଅତୀତ ମୋ ପାଇଁ ଏକ କାହାଣୀ

ପିଲା ଦିନ ମୋର ପାଇଁ ଆଜି ଅଜଣା

ଚିହାଁ ମୁହଁ ହୋଇଗଲା ମୋର ଅଚିହ୍ନା ।   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract