STORYMIRROR

Tilottama Prusty

Classics

3  

Tilottama Prusty

Classics

ଆସିଗଲା ଦଶହରା

ଆସିଗଲା ଦଶହରା

1 min
197

ଆସିଗଲା ଦଶହରା  ଆସିଗଲା ଦଶହରା

       ସଭିଙ୍କ ମନରେ ଆଜି ଭରେ ଖୁସି ପସରା

ନବଦିନ ଯାଏଁ ଆମେ ପାର୍ବଣକୁ ପାଳିବା

      ଭାଇଚାରାର ସଂଜ୍ଞାକୁ ଉଜ୍ଜିବିତ କରିବା

ନିର୍ମିଳେ ଶରତେ ହୁଏ ଦେବୀଙ୍କର ଆବିର୍ଭାବ

    ଦଶ ଦିନ ଯାଏଁ ଚାଲେ ଖୁସିରେ ଯେ ଏ ଉତ୍ସବ

ପ୍ରଥମ ଦିନରେ ଶୈଳ ପୁତ୍ରଙ୍କର ହୁଏ ,ବେଶ

     ହସ୍ତେ ପଦ୍ମ ଧରି ମାତା ପିନ୍ଧିଥାନ୍ତି ଶୁଭ୍ର ବସ୍ତ୍ର

ବ୍ରହ୍ମଚାରିଣୀ ଦ୍ୱିତୀୟେ ବସ୍ତ୍ର ତାଙ୍କ ଧଳା

     ମହିଷା ଅସୁର ମାରି ରଚି ଗଲେ ଲିଳା

ତୃତୀୟରେ ଚନ୍ଦ୍ରଘଣ୍ଟା ଲାଲ ବସ୍ତ୍ର ପରିଧାନ

       ଅପୂର୍ବ ମୂରତୀ ଦିଶେ ବସି ସିଂହର ବାହାନ

ଚତୁ6ର୍ଥ କୁଷ୍ପାଣ୍ଡ ନାମ ଲାଲ୍ ପିଙ୍କ୍ ପିନ୍ଧିଥାନ୍ତି

     ଶୁମ୍ଭ ନିଶୁମ୍ଭ କୁ ମାରି ପୃଥିବୀ କରିଲେ ଶାନ୍ତି

ପଞ୍ଚମରେ ସ୍କନ୍ଦମାତା ଷଷ୍ଠରେ କାତାୟନୀ

    ଧଳା ପିଙ୍କ ବେଶ ଅଟେ ବଡ଼ ଅପୂର୍ବ ମୋହିନୀ

ସପ୍ତମରେ କାଳରାତ୍ରୀ ବସ୍ତ୍ର ତାଙ୍କ କଳା

   ବିବସ୍ତ୍ରେ ନିଧନ କଲେ ମହିଁଷାକୁ ପରା

ଅଷ୍ଟମରେ ମହାଗୌରୀ ଧଳା ହଳଦୀ ବେଶ

   ଶକ୍ତି ଦିଅ ନାରୀଙ୍କୁ ଯେ ରକ୍ଷାକର ବିଶ୍ଵ

ନଵମରେ ଲାଲ ବସ୍ତ୍ର ସିଦ୍ଧିଦାତ୍ରୀ ତବ ନାମ

    ଦଶମେ ଦଶହରା ବିଜୟ ଦଶମୀ ନାମ

ଅନ୍ୟାୟ, ଅନିତୀ, ଆଉ ଅତ୍ୟାଚାର ବିନାସି

 ପୃଥିବୀ କରିଲ ଶାନ୍ତ ହେ ମାଆ ମହିୟସୀ

ମର୍ତ୍ତରେ ଯେ ଲିଳା ସାରି ଭାଷାଣୀ ଉତ୍ସବ କରି

   ମେଲାଣି ନେଲ ମା' ମନ ଆମ ଦୁଃଖ କରି

ସରି ଗଲା ଦଶହରା ସରିଗଲା ଦଶହରା

   ନାରୀଙ୍କୁ ଯେ ଶକ୍ତି ଦିଅ ହୁଅ ମାଆ ଆସରା

ତବ ଶକ୍ତି ପାଇ କରି କାମାନ୍ଧ ସଙ୍ଗେ ଲଢୁ

   ନିର୍ଭୟା ହୋଇ କି ଆଜି ଆଗକୁ ଆଗକୁ ବଢୁ

ତବ ଶକ୍ତି ଦିଅ ମାଆ ଏ ନାରୀ ସମାଜ କୁ

   ତୁମ ବିନା କେହି ସାହା ହେବେନି ଯେ ନାରୀକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics