STORYMIRROR

Tilottama Prusty

Comedy

3  

Tilottama Prusty

Comedy

ବାବାରେ କି ବଡ଼ ଝାମେଲା

ବାବାରେ କି ବଡ଼ ଝାମେଲା

1 min
206

ସାତ ଶାଳୀରେ ମୁଁ ଗୋଟିଏ ଭିଣେଇ

   ଯାଇଥିଲି ବାଲି ଯାତରା

ଫର୍ ମାଇସ୍ ତାଙ୍କ ପୁରା କରୁକରୁ

   ହୋଇଗଲା ମୁଣ୍ଡ ପାଗେଳା


ବଡ ଶାଳୀ କହେ ଭାଇ ତୁମେ ମୋତେ

    କିଣି ଦେବ ହଳେ ଚପଲ

ତା ତଳ ଶାଳୀ କହେ ଭାଇ ଚାଲ

    ଫିଲିମ୍ ଦେଖିବା ହଲ୍‌


ତୃତୀୟ ନମ୍ବର ଶଳୀ କହେ ଆମେ

   ଦୋଳୀରେ ବସିବା ଭାଇ

ଓହ୍ଲାଇ ଦେଖିଲୁ ଚତୁର୍ଥ ନମ୍ଵର 

    ଶାଳୀଟି ଗଲାଣି ପଳାଇ


ପଞ୍ଚମ ଶାଳୀଟି ମୋଟେ ଅଶି କିଲୋ

     ଖାଇବାରେ ତାର ଲୋଭ

ଯାହା ସେ ଦେଖିଲା ଖାଇବି କହିଲା

     ପେଟ ନୁହେଁ ବଡ କୁମ୍ଭ


ଷଷ୍ଠ ଶାଳୀଟି ଟେସ୍ନାରୀ ଦୋକାନ

     କହିଲା ନେବି ମୁଁ ଉଠାଇ

ସବା ସାନ ଶାଳୀ ସାନ ଟିକେ ଅଛି

     ଖେଳନା ପାଇଁକି କାନ୍ଦଇ


ନୂଆ ନୂଆ ମୁଁ ବାହା ହୋଇଅଛି 

    ଭାଙ୍ଗି ପାରିଲିନି କଥା

ଫେରିଲା ବେଳକୁ ପକେଟ୍ ଖାଲି

    ଅଣ୍ଟା ହେଲାଣି ମୋ ବ୍ୟଥା


ସାତ ଶାଳୀ ବୋଲି ଗର୍ବ କରୁଥିଲି

    ଗର୍ବ ହେଲା ମୋର ଚୁନା

ଲାର୍ଟିନ୍‌ ଲାଗିଲା କହି ମୁଁ ଫେରିଲି

    ମିଛରେ କରି ମୁଁ ବାହାନା


ଶାଳୀ ଠାରୁ ସିନା ଛୁଟ୍ କରା ପାଇଲି

    ପଡିଲି ଶଶୁର କବଳେ

ଝିଅ ମୋର ଗୋଟେ କେଉଁଠି ଛାଡିଲୁ

   ଯା ଆଣେ ଖୋଜି ଆଉଥରେ


ଝିଅକୁ ମୋର ଖୋଜିକି ଆଣିବୁ

   ତାପରେ ଲାର୍ଟିନ୍‌ ଯିବୁ

ତାଙ୍କ କଥା ଶୁଣି ମଥା ଘୁରିଗଲା

   ଅନ୍ଧାର ଦିଶିଲା ସବୁ ।


ମିଛ କହି ସିନା ଆସିଥିଲି ଧାଇଁ

  ସତରେ ଲାର୍ଟିନ୍‌ ଲାଗିଲା

ଆଣନିଃଶ୍ୱାସରେ ପୁଣି ଧାଇଁଲି

  ବାବାରେ କି ବଡ ଝାମେଲା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy