STORYMIRROR

Tilottama Prusty

Inspirational

3  

Tilottama Prusty

Inspirational

ବାପୁ

ବାପୁ

1 min
180


ଭାରତର ଭୂମି ବୀର ପ୍ରସବିନୀ

     କୀର୍ତ୍ତି-କିରଟିନୀ କୋଳରେ

ଯୋଗଜନ୍ମା ତୁମେ ଜନମ ଲଭିଲ

     ଊଣେଇଶ ଅଣସ୍ତୁରୀରେ।

ସତ୍ୟ ଅହିଂସାର ମନ୍ତ୍ର ଜପିଜପି

     ସହିଗଲ ସବୁ କର୍ଷଣ

କେତେ ଲାଠିମାଡ ଜେଲ୍‌ ଭୋଗିକରି

     ଦେଶ କରିଗଲ ସ୍ଵାଧୀନ।

ଊଣେଇଶ ସତଚାଳିଶ ମସିହା

      ଅଗଷ୍ଟ ପନ୍ଦର ଦିନ

ଭାରତ ମାତାଙ୍କୁ ପିନ୍ଧିଲେ ତୁମେ

    ତ୍ରିରଙ୍ଗାର ଆ- ଭୂଷଣ।

ସ୍ଵାଧୀନ ରାଷ୍ଟ୍ରର ସ୍ଵାଧୀନ ଚଳଣି

    ଶିଖାଇଲି ଆମ୍ଭ ମାନଙ୍କୁ

ଆଜିବି ଝୁରନ୍ତି ଭାରତ ବାସିଏ

    ତୁମର ମହାନ କାମକୁ।

ପ୍ରିୟ ବାପୁ ତୁମେ ଆଜିବି ଅମର

    ମାନସ ପଟର ଆମ

ଯେତେ ଲେଖିଲେବି ତୁମରି ଗାଥାକୁ

    ଲାଗୁଅଛିପରା କମ୍।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational