STORYMIRROR

Tilottama Prusty

Tragedy

4  

Tilottama Prusty

Tragedy

ମା' ହେଲା ପରେ

ମା' ହେଲା ପରେ

1 min
336

ମା' ହେଲାପରେ ବୁଝି ମୁଁ ପାରୁଛି

     ମାତୃ ହୃଦୟର ଦୁଃଖ

ଫେରିଆ ଥରେ ଆର ପରିରୁତୁ

     ପଣତେ ପୋଛିବି ମୁଖ।

କେତେ ଝଡଝଞ୍ଜା ସହିଥିବୁ ତୁହି

     ଆଜି ମୁଁ ପାରୁଛି ବୁଝି

ସେହିଦିନଟିର ଅନୁଭବ ମୁଁହି

      ଖୋଜୁ ଅଛି ଆଖି ବୁଜି।

ମା ନୁହେଁ ତୁ ତ ମାଟିରୁ ଆକାଶ

      ମମତାର ଗନ୍ତାଘର

ପିଲା ପାଇଁ ତୁହି ଶୁଖିଲା ମରୁରେ

     ଆନନ୍ଦର ନିରିଝର।

ବଂଶ ଶତାବ୍ଦୀର ଆଧୁନିକ ଯୁଗେ 

      ସମସ୍ତେ କାର୍ଯ୍ୟରେ ବ୍ୟସ୍ତ

ମା' ଟିରେ ପାଇଁ ସମୟ ଯେ ନାହିଁ

       କହିଲେ ଲାଗେ ଲତ୍ୟା ତ।

ଟଙ୍କା ଦେଇ କେହି ବାତ୍ସଲ୍ୟ କଣେନି

      ବାତ୍ସଲ୍ୟ କିଣଇ ମାତା

ସେହି ପ୍ରୀତିରସ ପାଇଅଛି ଯିଏ

    ହୁଏ ସେ ଜଗତ ଯିତା

ମାତୃ ଦିବସରେ ଅନୁରୋଧ କରେ

        ହେ ମୋର ଭତରଣୀ ଭାଇ

ଯିଏ ଯାହାକର ସମୟ ଟିକିଏ

      ବଞ୍ଚାଅ ମା'ର ପାଇଁ 

ଯେତେ ଟଙ୍କା ଧନ ଅରଜନ କର

      ମା' ପାଇଁ ନାହିଁ ସମୟ

ଧିକ୍ ତାର ଧନ ଧିକ୍ ବଡ଼ ପଣ

       ଧିକ୍ ତାର ପରିଚୟ

ଆନନ୍ଦ ନିର୍ଝର ମୁକ୍ତିର ମଣ୍ଡପ

        ତୃପ୍ତିର ସେ ଗନ୍ତାଘର

ସାରା ବ୍ରହ୍ମାଣ୍ଡରେ ବୁଲି ଆସି ଦେଖ

        ତା ପରି ନାହିଁ ନିଜର।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy