STORYMIRROR

Tilottama Prusty

Abstract

3  

Tilottama Prusty

Abstract

ଜୟ ଜୟ ଲମ୍ବୋଦର

ଜୟ ଜୟ ଲମ୍ବୋଦର

1 min
135


ଜୟ ଜୟ ଲମ୍ବୋଦର

         ଗଉରୀ ନନ୍ଦନ

ଜୟ ଜୟ ଏକଦନ୍ତ

       ଜୟ ଗଜାନନ।

ଜୟ ଜୟ କାଳଜୟୀ

      ପୃଥିର ଉଦର

ଜୟ ଜୟ ଅଗ୍ରଭୁଜ

       ଜୟ ବିଘ୍ନେଶ୍ୱର।

ମାତା ପାର୍ବତୀଙ୍କ ଅଙ୍ଗୁ

      ଜାତ ହେଲା ତୁହି

ଦ୍ଵାରପାଳ ହୋଇଥିଲୁ

     ମା ଆଦେଶ ରହି।

ଜାଣି ନ ପାରିଲେ ଦେବ

     ଦେବ ଯେ ମହେଶ

ମୁଣ୍ଡ କାଟି ପ୍ରବେଶଲେ

      ଶୈଳଙ୍କର ପାଶ।

ମାତାଙ୍କ ଆଦେଶ ହାତୀ

     ମୁଣ୍ଡ ଯେ ଲାଗିଲା

ଗଜାନନ ବୋଲି ତୋତେ

    ଜଗତ ଜାଣିଲା।

ପ୍ରାର୍ଥନା ଯେ ଜଣା ନାହିଁ

    ଲେଖେ ତୋ ଆଶିଷେ

 ନିଚ ହୋଇ ଉଚ୍ଚ ଆଶା

     ରଖିଛି ମୋ ପାଶେ।

ତୋର ପାଦେ ମୁହିଁ ପ୍ରଭୁ

    ପଶୁଛି ଶରଣ

ଶେଷରେ ଶେଷ କରୁଛି

     ମୋ ଛୋଟ ଜଣାଣ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract