STORYMIRROR

Tilottama Prusty

Comedy

3  

Tilottama Prusty

Comedy

ସହରୀ ଭାରିଜା

ସହରୀ ଭାରିଜା

1 min
192

ଭାରିଜା ଭାରିଜା ମୋ ସହରୀ ଭାରିଜା

   ମୋତେ ସାହା ହୁଅ ହେ ମା ବିରଜା

ଭାରିଜା

ସକାଳୁ ଉଠିଲେ ପିଏ ବେଡ୍ ଟି

    ମୋ ମୁହଁ ଚାହିଁଲେ ହୁଏ କିଟିକିଟି

ନ-ଗାଧାଏ ସିଏ ନଅଟା ପୂର୍ବରୁ

      କହିଲେ କୁହେ, ରଗାଅନି ହେଇଟି।


ପନ୍ଧେନି ଶାଢ଼ୀ ସେ ଜିନ୍ସ ପିନ୍ଧୁଛି

       ସିନ୍ଦୂର ପିନ୍ଧିଲେ ଏଲାର୍ଜି ହେଉଛି

ମୋର ସେବା କଥା କିଏ ସେ ପଚାରେ

        ଘରେ ମୁଁ ସଦା ରୋଷେଇ କରୁଛି।

ଭାରିଜା ଭାରିଜା ମୋ ସହରୀ ଭାରିଜା

       ମୁହେଁ ନାହିଁ ତାର ଟିକିଏ ବି ଲଜ୍ଜ୍ୟା।


ବଜାରକୁ ଗଲେ ସ୍କୁଟି ଚଳାଏ ସେ

        ଜିନିଷ ଧରିକି ପଛରେ ମୁଁ ବସେ

ବାଟରେ ଯଦିଓ ଫୋନ ଆସିଲା

        ସେଇଠାରେ ମୋତେ ଶନି ଯେ ପସିଲା

ମୋତେ ଛାଡ଼ି ଦେଇ ଚାଲିଲା ତାହାର

     ଏକା ଧରି ଫେରେ ବ୍ୟାଗ୍ ପତର ।


ଭାରିଜା

କରୁନାହିଁ ପିଲା ସୌନ୍ଦର୍ଯ୍ୟ କମିବ

      ଗୁରୁବାରେ ମଧ୍ୟ ଚିକେନ ରାନ୍ଧିବ

ଘର ଭିତରରେ ହାଇହିଲ୍ ପିନ୍ଧଇ

       ସନ୍ଧ୍ୟାରେ କେବେ ସେ ସନ୍ଧ୍ୟା ନ-ଦିଅଇ 

ଖଟ ଉପରରେ ଏକା ସେ ଶୁଅଇ

      ମୁଁ ଶୋଇଲେ କିଟି କିଟିଯେ, ହୁଅଇ ।


ନମାନି ଶୋଇଲେ ତଳେ ଠେଲିଦେଇ

       ରାତି ଅଧଯାଏ ଚାଟିଙ୍ଗ୍ କରଇ

ଗାଆଁକୁ ଯିବାକୁ ଯଦିବା ପଡ଼ିଲା

      ପେଟ ମୋଡ଼ି ହୋଇ ବାନ୍ତି ତାର ହେଲା

ଭାରିଜା ଭାରିଜା ମୋ ସହରୀ ଭାରିଜା

       ମୋତେ ସାହା ହୁଅ ହେ ମା ବିରଜା।


   


      




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy