STORYMIRROR

Purnendu Kar

Comedy

3  

Purnendu Kar

Comedy

ଗାଲୁ ଗୀତ

ଗାଲୁ ଗୀତ

1 min
11.7K

ଗାଲୁଆଙ୍କ ଜ୍ଞାନ ଅସୀମ

          ଜଳେ ସିନ୍ଧୁ ସାଗର 

କଥା ଯେ କୁହନ୍ତି ଯେସନେ 

          ଶୂନ୍ୟେ ମୁକ୍ତାର ହାର


ବୋମା ଭଳି ମିଛ ଫିଙ୍ଗନ୍ତି 

           ଦେହେ ଚନ୍ଦନ ବୋଳି 

ଗାଲୁଆମୀ କରି ବଞ୍ଚନ୍ତି 

           ଅଜ୍ଞ ମାରନ୍ତି ତାଳି


ସରଳ ପଣିଆ ଦେଖିଣ 

           ଜିହ୍ୱା ଶାଣିତ କରି 

 ଗାଲୁଆମି କରି ସଂସାରୁ 

           ଯେନ୍ହେ ହୋଇବେ ପାରି

  

ସକଳ ଜନଙ୍କୁ ମଣନ୍ତି 

           ବୋକା, କ୍ଷୁଦ୍ର ଯେସନେ 

ଗାଲୁଆମୀ ପରି ରୋଗଟେ 

           ଦୂର ହେଉ ସଜ୍ଜନେ


ଅସହ୍ୟ ଯନ୍ତ୍ରଣା ଦିଅନ୍ତି 

           ବାବୁ ଗାଲୁ ମାଧବ 

ବ୍ରହ୍ମା ବି ଉଦ୍ୟମ କରନ୍ତେ 

           ଏ ରୋଗ ତିଳେ ନ ଯିବ


ସହଜେ ଚିନ୍ହା ନ ଦିଅନ୍ତି 

          ବାବୁ ସତର୍କ ଥିବ

 ଜ୍ଞାନୀ ବୋଲି ଜନେ ନ ମଣ 

          ଦୂରୁ ଦର୍ଶନ ଦେବ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy