STORYMIRROR

Purnendu Kar

Romance

3  

Purnendu Kar

Romance

ଅବଳା ପ୍ରୀତି

ଅବଳା ପ୍ରୀତି

1 min
11.5K

ହୃଦ ମନ୍ଦିର ମୋ ଖାଲି ପଡ଼ିଅଛି 

           ନାହିଁ ତହିଁରେ ଦେବତା 

ତୁମକୁ ଦେବତା କରି ମୋ ହୃଦୟେ 

           ଜାଳେ ମୁଁ ସଞ୍ଜ ସଳିତା


ତୁମେ ଯଦି ହୁଅ ଶ୍ୟାମଳ ପୃଥିଵୀ 

           ମୁଁ ଯେ ନୀଳ ଶୈଳ ଶ୍ରେଣୀ 

ଅନନ୍ତ ସାଗର ତୁମ କଳେବର 

           ମୁଁ ଯେ ଶ୍ୟାମା ଶୈବାଳୀନି


ତୁମେ ଯଦି ହୁଅ ଅସୀମ ଆକାଶ 

            ମୁଁ ହେବି ଶୁକ୍ର ତାରକା 

ମୋ ହୃଦ ମନ୍ଦିରେ ଭଗବାନ ସାଜି 

            ପୂଜା ପାଉଥିବ ଏକା


ତୁମେ ଯଦି ହୁଅ କବିତାର ଧାରା 

            ପୁଣି ନୀଳ ପାରାଵାର

ମୁଁ ହେବି ତହିଁରେ ପଦ୍ୟ ଛନ୍ଦମାନ 

             ପୁଣି ନିର୍ମଳ ନିର୍ଝର


ତୁମେ ଯଦି ହୁଅ ସାଗର ସାମୁକା 

             ମୁକୁତା ମୁଁ ତା ଭିତର 

ତୁମେ ହିରଣ୍ମୟ ଜଙ୍ଗଲ ମଧ୍ୟେ ମୁଁ 

             କସ୍ତୁରୀ ତୁମ ନାଭିର


ହୃଦୟ ଜାହ୍ନବୀ କଲ୍ଲୋଳିତ କେନ୍ହେ 

             ପାଆନ୍ତା ତୁମ ପରଶ 

ତୁମ ବିରହର ବେଦନା ଅସହ୍ୟ 


              ମୋ ହୃଦେ ନାହିଁ ସରସ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance