STORYMIRROR

Bharatabandhu Biswal

Romance Inspirational

3  

Bharatabandhu Biswal

Romance Inspirational

ଘାସଫୁଲ

ଘାସଫୁଲ

1 min
193


ଅନ୍ଧକାରେ ଆଲୋକ ଟିକିଏ ପାଇଁ

କି ଦୁଃସହ ବ୍ୟାକୁଳତା ! 

ମୁହଁକୁ ଦିଶେ ନା ମୁହଁ 

ଦୁଇପୁଡା ନିଃଶ୍ୱାସ ପ୍ରଶ୍ୱାସ ବାରି 

ଜୀଇବାକୁ ପଡ଼େ 

ଘାସ ଫୁଲ ! କଥା ଦିଅ!!

ସଙ୍ଖୋଳିବା ଜୀବନକୁ ଡହଡହ

ଅଗ୍ନି ପରୀକ୍ଷାରେ ।


ବନ୍ୟାବାତ୍ୟା ଭୂମିକମ୍ପ

ଦାରୁଣ ନିଦାଘ ତାପ 

ମୁଣ୍ଡେ ବହି ଅସରନ୍ତି ଦୁଃଖର ପାହାଡ଼ 

ଶୁଖିବାକୁ ଦେବା ନାହିଁ ଚିରନ୍ତନୀ ମମତାର ନିର୍ଝର

ଘାସ ଫୁଲ ! କଥା ଦିଅ !!

ନିରେଖିବା ପ୍ରାଣମୟୀ ନିଳିମାକୁ ଆତ୍ମଦାହୀ 

ଅଶ୍ରୁପାତ ଦହଗଞ୍ଜ ହତାଶି ଆଁରେ ।


ପ୍ରେମର ନାହିଁ ବିନାଶ ଜରା ବ୍ୟାଧି ମୃତ୍ୟୁ  

ଅନନ୍ତ ପ୍ରେମରେ ଜନ୍ମ ହୁଏ ବାର ବାର  

ଜୀବନ କଅଁଳି ଉଠେ ଧରାବୁକେ 

ଗଗନେ ପବନେ 

ଘାସ ଫୁଲ! କଥା ଦିଅ!!

ଶ୍ୟାମ ତୁମ ଆଗମନୀ ସୁରେ

ମେଘାଇ ଉଠୁ ଜୀବନ ଅବିକଳ 

ତୁମ ରୂପ ତୁମ ରସ ଗୁଣେ ।


ଯଦି ତୁମେ ଭାଙ୍ଗି ପଡ କ୍ଷଣିକ ଦୁଃଖରେ  

ଆନମନା ଗୁମାନୀ କପୋତୀ ପରି

ବସ ତରୁ ଡାଳେ 

ବିରାଗେ ବାହୁନି କୁହ- ଆଗୋ ପ୍ରିୟତମ !

 ଅନିତ୍ୟ ଏଇ ସଂସାର 

ଦୂରୁହ ସବୁଜ ସ୍ୱପ୍ନ 

ଜୀବନରେ ମୁକ୍ତି କାହିଁ କୁହ ?

ଏ ଆକାଶ ଉବାଚିବ ପକ୍ଷବାନ କପୋତଟି ହୋଇ - 

ପ୍ରାଣ ସଖୀ ! ଘାସ ଫୁଲ !! 

ମୋ କପୋତୀ ରାଣୀ !!! 

ପ୍ରେମ ଅଟେ ଚିରନ୍ତନ 

ବତୁରେ ସବୁଜ ସ୍ୱପ୍ନ 

ମୁକ୍ତିର ମୂଳମନ୍ତ୍ର ଲିପିବଦ୍ଧ 

ତୁମ ମୋ 

ପ୍ରତି ବକ୍ଷ ନୀଳ ଅକ୍ଷରରେ ।



Rate this content
Log in

Similar oriya poem from Romance