ମୁଁ କିଏ
ମୁଁ କିଏ
ମୁଁ ମୁଁ ନୁହେଁ!
ମୁଁ ଅଭିନେତା ଏ ରଙ୍ଗମଞ୍ଚର,
ଅଭିସାରିକା ର ଅଭିସାର
କାହା ଚିନ୍ତାର ଚେତନା ତ କାହା ଯୌବନର ବାସ୍ନା
ମୋ ଜୀବନରୂପି ଗଣିତର ମୁଁ ଭଗ୍ନଫଳ, ତ କାହା ଗଣିତର ଭଗ୍ନାଂଶ
ବଣ ମଲ୍ଲୀ ଟିଏ ମୁଁ, ସେଇଠି ଫୁଟେ ସେଇଠି ହଟେ
);">କାହା ପାଇଁ ଇର୍ଷାର ବାଦଲ,
ହେଲେ କାହା ପାଇଁ ସିନ୍ଦୁରର ମୂଲ
ଚାରିଆଡେ ସପ୍ତରଥି, ମୁଁ ଅଭିମନ୍ୟୁ ଚକ୍ରବ୍ୟୁହର
କେବେ କେବେ ଭାଗ୍ୟଭଲଥିଲେ ପର୍ଶୁରାମ ର ଫାର୍ସା,
ନହେଲେ ବକ୍ର ଥିଲେ ମଦ୍ୟପର ନିଶା|
କିଏ କହେ ମୁଁ ବ୍ରାହ୍ମଣ,
ହେଲେ ସେ କହେ ମୁଁ ତା ଦର୍ପଣ!!