କବି ଓ କବିତା
କବି ଓ କବିତା


କ - କବଳିତ କରେ ଜନ ମାନସକୁ
ସ୍ୱଳ୍ପ ଅବଧି ମଧ୍ୟରେ
କଳେବର ତାର ଯା ହେଉ ପଛକେ
ଭିଯାଏ ଶାନ୍ତିର ସୁରେ
ବି - ବିମୋହନକାରୀ ଅଟେ ତା ପ୍ରକୃତି
ଏ ଯେ ଅନବଦ୍ୟ ସୃଷ୍ଟି
କବି ଲେଖନୀର ଅନନ୍ତ ପ୍ରତିଭା
କାବ୍ୟାକାରେ ଯାଏ ଫୁଟି
ତା - ତାବିଜ ଭିତରେ ଜଉମୁଦ ହୋଇ
ମନ୍ତ୍ର ଯେସନେ ରହଇ
କବି ମନସର ଅନନ୍ତ ପ୍ରତିଭା
ନ ରହୁ ସେପରି ହୋଇ