ଶୀତୁଆ ସକାଳ
ଶୀତୁଆ ସକାଳ
ଏମିତି ଏକ ଶୀତୁଆ ସକାଳେ
ତୁମ ସାଥେ ପ୍ରଥମ ଦେଖା
ଦେହକୁ ତୁମର ଥରାଇ ବହେ
ସୁଲୁସୁଲିଆ କୋହଲା ବାଆ l
ଆଗୋ ନୀଳପରି ଶୁଖି ଯାଇଥିଲା
ପଦ୍ମ ପାଖୁଡା ପରି ଅଧର
ଫୁଲ ତୋଳିବାକୁ ଆସି ଛୁଟାଇଲ
ପୀରତି ସୁଗନ୍ଧ ହୃଦୟେ ମୋହର l
କାଞ୍ଚନ ସମ ତନୁଯେ ତୁମରି
ଶୀତର ତାଡନେ ହୁଏ ଅସ୍ଥିର
ଅଚିନ୍ହା ଅଜଣା ମଣିଷଟେ ମୁଁଯେ
ସାଲଟିକୁ କରିବ କି ନିଜର !
ମନ କଥା ମନେ ରଖି
ବଢ଼ାଇଲି ଯେବେ ତୁମ ହାତେ
ନୟନେ ନୟନେ ଦେଇଗଲ ଇସାରା
କେତେ ଭଲପାଅ ବୋଲି ମୋତେ l
ପ୍ରତି ବରଷେଏ ଶୀତୁଆ ସକାଳ
ମନେ ମୋ ଅସ୍ଥିର ଭରେ
ସାଲ ଟିଏ ଧରି ଅପେକ୍ଷା
ଆସିବକି ତୁମେ ପୁଣି ଥରେ ?
ଅତିଥି ଟେ ସାଜି ଆସିଥିଲ
ପୀରତି ର ପସରା ମେଲି
ଅଜଣା ଏମନ କରିଥିଲି ଆଶ
ସାରାଜୀବନକୁ ସାଥୀ ପାଇଛି ବୋଲି l