STORYMIRROR

Jayashree Das

Romance

3  

Jayashree Das

Romance

ରଙ୍ଗ ବରଷେ

ରଙ୍ଗ ବରଷେ

1 min
182


ଫଗୁଣ ଆସିଛ ଗୋପ ଗାଁ ଦାଣ୍ଡେ,

ରଙ୍ଗର ପସରା ନେଇ.

ଲୁଚି ଲୁଚି କାହ୍ନୁ ରଙ୍ଗ ଲଗାଉଛି,

ଭିଜୁଛି ସୁନ୍ଦରୀ ରାଈ.


ସାତ ରଙ୍ଗ ନୁହେଁ ପ୍ରୀତି ରଙ୍ଗ ଇଏ,

ମାଧୁର୍ଯ୍ୟ ରସରେ ପୂର୍ଣ୍ଣ.

ଗୋଲାପି ଗୋଲାପି ଗୋପ ବୃନ୍ଦାବନ,

ଅଥୟ କହ୍ନେଇ ମନ.


ବୃଷଭାନୁ ଜେମା ସେଯେ ଅନୁପମା,

ପ୍ରୀତିମୟୀ ରାଧରାଣୀ.

ନଟିଆ ନାଗର ଗୋବିନ୍ଦ ପ୍ରେମରେ,

ହୋଇଅଛି ବାଇଆଣୀ.


ମଧୁକୁଞ୍ଜ ବନ ରଙ୍ଗରେ ଭିଜିଛି,

ମଧୁମାସ ପରା ଇଏ.

ମଧୁର ମଧୁର ମଳୟ ପବନ,

ରାଧିକାକୁ ଛୁଇଁ ଯାଏ.


ରାଧା ଶ୍ୟାମଘନ ଯୁଗଳ ମୂରତି,

କଦମ୍ବ ମୂଳରେ ସଖୀ.

ଶାଶ୍ୱତ ପ୍ରେମର ବିଜୟ କେତନ,

ଦେଖି ଆଖି ଯାଏ ଲାଖି.


ପରମ ପୁରୁଷ ପ୍ରକୃତି ସ୍ୱରୂପା,

ପାଦତଳେ ମନ ଥାଉ.

ଜୟ ରାଧାରାଣୀ ଜୟ ନୀଳମଣି,

ତୁଣ୍ଡ ମୋର ଗାଉଥାଉ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance