Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance

4.0  

Prahallad Sahoo

Romance

ଖୁସିର ଫୁଲ

ଖୁସିର ଫୁଲ

1 min
136


ମୁଁ ଅଜଣା ରାସ୍ତାର ଫୁଲ

ତୁମ ସାନିଧ୍ୟରେ ପାଇଛି ମୁଁ ରାଜମହଲ

ତୁମ ପରଶରେ କାଚ ଆଜି କାଞ୍ଚନର ମୂଲ

ତୁମ ସ୍ନେହ ମମତାର ବନ୍ଧନରେ ମୁଁ ହୀରା ତୁଲ୍ୟ 

ତୁମ ପ୍ରୀତି ଫଲ୍ଗୁ ଧାରାରେ ମୁଁ ଅମୂଲ ମୂଲ  

ମୁଁ ଏବେ ସମର୍ପିତ ତୁମ ଶ୍ରୀଚରଣେ

ମୋର ଏ ସମଗ୍ର ସତ୍ତା ଆଜି ତୁମର ।

ଏ ଶରୀର ଟା ସିନା ମୋର

ସେଥିରେ ଲାଗିଥିବା ହଳଦୀ ତୁମର।

ଏ ସିନ୍ଥି ହୋଇପାରେ ମୋର 

ସିନ୍ଥିରେ ପିନ୍ଧିଥିବା ସିନ୍ଦୂର ତୁମର।

ଏ ମୃଗ ନୟନଯୁଗଳ ମୋର

ଅଙ୍କିତ କଜ୍ବଳ ଗାର ତ ତୁମର।

ଏ ଗୋଲାପି ଅଧର ମୋର

ସରୁ ଲିପଷ୍ଟିକ ଧାର ତୁମରି ନାମର।

ଏ ଲଲାଟ ମୋର ଅତି ସୁନ୍ଦର 

ତୁମେ ଦେଇଥିବା ନାଲି ସିନ୍ଦୂର ତୁମର।

ଏ ଦୁଧ ଅଳତା ଦେହଟା ମୋର

ସମ୍ମାନର ବଉଳ ପାଟ ଖଣ୍ଡିକ ତୁମର।

ଏ ଗୋରା ତକତକ ଗାଲ ମୋର

ସେଥିରେ ଆବେଗ ଭରା ଚୁମ୍ବନ ତୁମର।

ଏ ଯେଉଁ ତୀକ୍ଷ୍ଣ ନାଶାଗ୍ର ମୋର

ଝୁମର ଲଗା ନାକଚଣାଟି ତୁମର।

ଏ ନରମ ତନୁ ସିନା ମୋର

ଅମୂଲ୍ୟ ସମ୍ପତ୍ତିର ଅଧିକାର ତୁମର।

ଏ ତନୁ ପାତଳୀ ସୁଢଳ ଅଣ୍ଟା ମୋର

ଅଣ୍ଟାସୂତା ବାନ୍ଧିବାର ତୁମେ ହିଁ ହକଦାର।

ଏ ଗଜ ଗମନୀ ଚାଲି ମୋର ଅତି ସୁନ୍ଦର 

ଚାଲିବାକୁ ଦେଇଥିବା ଅଧିକାର ତୁମର।

ସୁନା ହରିଣୀ ପାଦ ଯୋଡିକ ମୋର

ସେଥିରେ ଚହଟଇ ନାଲି ଅଳତା ଗାର ତୁମର।

ସେ ପାଦେ ବାଜୁଛି ନୂପୁର ମୋର

ଅତି ଯତନେ ବାନ୍ଧିଥିଲ ଶ୍ରୀହସ୍ତେ ତୁମର।

ଚମ୍ପା କଢିଆ ଅଙ୍ଗୁଳି ଯାକ ମୋର 

ତୁମ ପରଶେ ସୁଶୋଭିତ ମୁଦ୍ରିକା ସମ୍ଭାର।

ମୁଁ ଏବେ ଅଜଣା ରାସ୍ତାର ଫୁଲ ନୁହେଁ

ମୁଁ ଏବେ ସେହି ରାସ୍ତାର ଫୁଲ ଯେଉଁ ରାସ୍ତାର ସୀମା ତୁମ ଠାରେ ଶେଷ

ସେହି ରାସ୍ତାର ପଥ ପ୍ରଦର୍ଶକ କେବଳ ତୁମେ ହିଁ ତୁମେ .......।



Rate this content
Log in

Similar oriya poem from Romance