STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରେମ

ପ୍ରେମ

1 min
123


ତୁମ ପ୍ରେମତ୍ଵରେ ମୁଁ ଚିରକାଳ ବଂଧା

ଅଣୁରେ- ପରମାଣୁରେ-ଧୂଳିକଣାରେ

ଅତସୀ କୁସୁମର ବହୁବ୍ରୀହି ବିନ୍ୟାସରେ

ଶୟନେ-ସପନେ-ଜାଗରଣେ

ମୁଁ ଏକାଂତ ବିଶ୍ୱସ୍ତ ତୁମ ପ୍ରେମ-ବଂଦୀ

ତୁମେ ଏକାନ୍ତ ଭାବେ ନିଜସ୍ୱ ପୁଣି ନିଃସ୍ଵ

ସୁତରାଂ ତୁମ ପ୍ରେମର ପ୍ରଭାମଣ୍ଡଳରେ

ମୁଁ ଇନ୍ଦ୍ରଧନୁ ସମୟ ଶାଶ୍ଵତର

ତୁମ ପ୍ରେମତ୍ଵରେ ବଂଧା ଚିରକାଳ

କିୟତ୍ ଅଂଶରେ ସମର୍ଥ ରୋକିବାକୁ ଗହଳ

ଏବେ ଚାଲ ଆମେ ଘେରାଏ ବୁଲି ଆସିବା

ଇନ୍ଦ୍ରଧନୁକୁ ଛାଡି ପ୍ରଭାମଣ୍ଡଳକୁ ଛାଡି

ଚାଲ ଆମେ ପୁଣି ଥରେ ଅଚିହ୍ନା ହୋଇଯିବା

ସମୟର ବାରୁଣାବଂତରେ- ଚାରିଛକରେ

‘ମୁଁ” “ମୁଁ” ନ ଥିଲେ ବି ମୁଁ ତୁ ଅଛି

ସେହିପରି ତୁମେ ନିଜେ ନଥିଲେ ବି ତୁମରି ଛାଇ ଅଛି

ଯାହାକୁ ଏକଦା ଫିଙ୍ଗି ଦେଇଥିଲ ଜତୁଗୃହରେ

ସମୟର ନାଭିଗର୍ଭରେ

ତୋର ମୋର କଥା ହେବା ଚୁପ୍‌ଚୁପ୍

ଏ ମନ ମାନେନା ଏଇ ମଧୁ ଲଗନେ

ସମୁଦ୍ରରେ ନିଆଁ ଜଳୁଥିବା ବେଳେ

ତୋ’ର ପୁଂଡଟିକୁ ଗଂଜି ଦେବୁ ମୋ ଛାତିରେ

ଆକାଶରେ ଉଡିଯାଉଛି ଲଂଠଣ

ବୀରଭୋଗ୍ୟ ବସୁଧରା ଅଲାଜୁକ ସାବଧାନ

ସାହାଁଳୁଆଁର ଜୀବନ ଚକ୍ରରେ

ନିଇତି ଆମେ ଭେଟ ପଡ଼ୁଥିବା ବେଳେ

ତୁ କାହିଁକି କାକୁସୁ- ହେ ପ୍ରତିଇଶ୍ଵର

ଐଶୀ ଶକ୍ତି ବଳୀୟାନ୍ ମୁଁ ଭାଂଗିବାରରେ ସମସ୍ତ ବଂଧନ

ପୁଣି ବଂଦୀ କରିନେବାକୁ ସମସ୍ତଂକୁ ନୀଲ-ବଳୟରେ ।


Rate this content
Log in

Similar oriya poem from Romance