Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Sahoo

Romance

3  

Gayatri Sahoo

Romance

ଉଆଁସୀ ହୃଦୟ

ଉଆଁସୀ ହୃଦୟ

1 min
213



ଜୀବନ ନାଆର ଉଛୁଳା ସ୍ରୋତରେ 

ବହିଚାଲିଛି ସମୟ 

ହୃଦୟ ଧରିଛି ସମ୍ପର୍କ ପିଆଲା 

ମଦିରା ନିଶାରେ ଅଥୟ ||

କୋକିଳର ତାନେ ଝୁମି ଉଠେ ହୃଦ 

ମତୁଆଲା ତାର ମନ 

ଗାୟକ କୋକିଳ ଗାନ ତାଳେ ଖୋଜେ 

ନାୟିକା କୋକିଳ ମନ ||

ଚାହିଁ ଚାହିଁ କିଛି ବର୍ଷ ଗଲା ବିତି 

ଅସରନ୍ତି କେତେ ଯନ୍ତ୍ରଣା 

ଉଆଁସୀ ହୃଦୟ ବିଷାଦ ଧୁଆଁରେ

କରି ଚାଲିଥିଲା ସାଧନା ||

ସ୍ମୃତି ସବୁ ଡାକେ ହାତ ଠାରି ଠାରି 

ଝିଙ୍କି ନିଏ ଭବିଷ୍ୟତ

ବର୍ତ୍ତମାନ ଚାହେଁ ପଛକୁ ଯେ ଫେରି 

ମୃଦୁ ହସୁଥିଲା ଅତୀତ ||

ରକ୍ତିମ ଚନ୍ଦ୍ରମା ଶୋଭା ପାଉଥିଲେ

ନୀଳ ଗଗନର ବାହୁରେ 

ବିଚରା କମଳ ଝୁରି ମରୁଥିଲା 

ପିୟସୀ ଚନ୍ଦ୍ରମା ସ୍ମୃତିରେ ||

ବାରମ୍ବାର ଖାଲି କୋଶୀ ଚାଲିଥିଲା 

ଉଆଁସୀ ହୃଦୟକୁ ତାର 

ନାୟକ କୋକିଳ ଜିତି କି ପାରିବ 

ହୃଦୟ ତା ନାୟିକାର ||

    

    


Rate this content
Log in

Similar oriya poem from Romance