STORYMIRROR

Gayatri Sahoo

Inspirational Others

3  

Gayatri Sahoo

Inspirational Others

କିବା ହୋଇବ

କିବା ହୋଇବ

1 min
127

 ଧନେ ଧନୀ ହେଲେ କିବାଯେ ହୋଇବ

ନୁହେଁ ଯଦି ସୁହୃଦ 

ମୁକୁଟ ମଣ୍ଡିତ ରାଜ ଶିର ନୁହେଁ 

କେବେ ହେଁ ଶାନ୍ତିର ଆସ୍ପଦ।।

ମୁଖେ ମଧୁ ଧରି ବଚନ ବୋଇଲେ 

ମହାକାଳ ଫଳ କି ଅମୃତ ହୋଇବ 

ଶ୍ରୁତି କଟୁ ପଛେ ହେଉ ସତ୍ୟବାଣି

କାର୍ଯ୍ୟରେ ନିଶ୍ଚେ ସେ ଲାଗିବ।।

ରୂପରେ ମନ୍ମଥ ଗୁଣରେ କୁଟିଳ

କୁଣ୍ଡଳୀ ଯେଶନ ଗଳା ରେ ବିଷ

ହୋଇଥାଉ ପଛେ କ୍ଷୁଦ୍ର ଖଦ୍ୟୋତ ଟେ

ତ୍ରିଯାମା କୁ କରେ ବସ।।

ଜାତିରେ ଦ୍ୱିଜ ବୋଲି ଚହଳ ପକାଇ 

ଅବୈଧ କର୍ଯ୍ୟେ ଲିପ୍ତ ରହିଲେ 

ଆତ୍ମା କେବେ ହେବ ନାହିଁ ଯେ ପବିତ୍ର 

ତ୍ରିପଥଗା ରେ ବୁଡ଼ ମାରିଲେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational