Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gayatri Sahoo

Others

3  

Gayatri Sahoo

Others

ଶେଷ ବସନ୍ତର ଚିଠି

ଶେଷ ବସନ୍ତର ଚିଠି

1 min
185


  

"ସୁବର୍ଣ୍ଣ କଳସ" ଭାଙ୍ଗିଗଲା ଆଜି 

"ଆକାଶର ଇସାରା "ରେ 

"ଜିଜ୍ଞାସା ର ଦିଗ ଦିଗନ୍ତ" ମରି ମରି ଯାଏ 

"ଅମୃତ ଫଳ" ସନ୍ଧାନରେ |

ହେ ସାହିତ୍ୟର ମହାନ ପୁରୋଧା 

ତବ ଲେଖନୀ ଗଳ୍ପ ଓ କବିତା  

ଶବ୍ଦର ଛନ୍ଦରେ ଗଢ଼ା ଚରିତ୍ର ଘଟଣା 

ଲାଗେ ଜୀବନ୍ତ ତାହାର ସତ୍ତା |

"ସ୍ମୃତି ବିସ୍ମୃତି" ର ଲୁଚକାଳି ଖେଳ ର 

ଘଟିଲା ପରିସମାପ୍ତି 

କିଛି କହିବା ପୂର୍ବରୁ ବୁଝିଥିବା ଦୁଇ ଆଖି 

ଜାଣିଗଲା ସମୟର ଅଫେରା ଗତି |

"ଶେଷ ତାନ୍ତ୍ରିକ ର ସନ୍ଧାନରେ "

ଆଜି ହୋଇଅଛ ନିସ୍ତବ୍ଧ 

"ଶେଷ ବସନ୍ତର ଚିଠି "କୁ ଝୁରିବ 

ଚିରଦିନ ଓଡ଼ିଆ ସାହିତ୍ୟ |

        

       


Rate this content
Log in