STORYMIRROR

Gayatri Sahoo

Others

4  

Gayatri Sahoo

Others

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
394


ଭକତର ମେଳି ଲାଗିଛି ଗହଳି

ବଡ଼ଦାଣ୍ଡ ଭାରି ଭିଡ଼

ସମଗ୍ର ସଂସାର ଆକୁଳେ ଚାହିଁଛି 

ଟେକି ତାର ଦୁଇ ହାତ।।


ତିନି ରଥ ଆସି ଦଣ୍ଡାୟ ମାନ ଯେ 

ନେଉଛି ଦକ୍ଷିଣ ମୋଡ଼

ବରଷକ ପରେ ଏ ପାବନ ମୁହୂର୍ତ୍ତେ

ଭକ୍ତଙ୍କ ହୋଇଛି ବଡ।।


ବଳଭଦ୍ର ପ୍ରଭୁ ବଡ଼ ଭାଇ ସିଏ

ତାଳଧ୍ଵଜେ ହେଲେ ଉଭା

ମଝିରେ ସୁଭଦ୍ରା ଦେବଦଳନରେ 

ପଛେ ନନ୍ଦିଘୋଷେ ଜଗା।।


ହରିବୋଲ ହୁଳହୁଳି ପୁଣି 

ଘଣ୍ଟ,ଘଣ୍ଟା ବାଜେ 

ବାଇଶି ପାହାଚୁ ଶୁଭୁଛି ନିନାଦ

ମେଦିନୀ ଯେ କମ୍ପି ଉଠେ।।


କୋଟି ବ୍ରହ୍ମାଣ୍ଡର ନାୟକ ଯେ ସିଏ 

ଜଗତର ଯିଏ ନାଥ 

ଭାରି ମନୋହର ଦିଶେ ଶିରୀମୁଖ

ବେନି ନୟନ ହୁଏ ପବିତ୍ର ।।


ଶ୍ରୀଚରଣ ସ୍ପର୍ଶେ ହସେ ବଡ଼ ଦାଣ୍ଡ 

ଅଧର ବେନଇ ସେବକ

ଶିରୀନେତର କୁ ଦେଖିଣ ଭକତ

ଡାକେ ଉଦ୍ଧାର ହେ ରକ୍ଷକ।।


ଷାଠିଏ ପଉଟି ଛାଡ଼ିଣ ହଟିଆ

କୋଠ ଭୋଗଖିଆ ଆସିଛି

ଶୁଖିଲା ଭୋଗକୁ ଆହାର ସଜାଇ 

ଖଇ କୋରା କେତେ ଖାଉଛି।।


ଘର ଘର ନାଦେ ରଥ ଯାଏ ଗଡି

ଡାହୁକର ଡାକରେ 

ଭକତ ମେଳରେ ଆସୁଛି ମୋ ଜଗା 

ଭିଡ଼ ଜମାଇଣ ପଛରେ।।


ଆତ୍ମା ମୋର କାନ୍ଦେ ହୃଦ ଯାଏ ଜଳି

ନଦେଖି ତୋତେ ରେ ଛଳିଆ

ଆକୁଳେ ଏ ପ୍ରାଣ ଝୁରି ହୁଏ ତୋତେ 

ଦୁଃଖ ହରିବୁ କେବେରେ ଚକାଡୋଳିଆ।।


ଦେଖିବାକୁ ତୋର ଏହି ଘୋଷ ଯାତ

ମନ ହେଲାଣି ଯେ ବଡ଼ ଅସ୍ଥିର

ପତିପାବନ ପାପ କର କ୍ଷୟ

ଡାକୁଛି ଗାୟତ୍ରୀ ନନ୍ଦିନୀ ତୋର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍